ଧର୍ମଗଡରେ ମାତିଲେ ଡକାୟତ, ଲୁଟି ନେଲେ ୨୫ ଭରି ସୁନା

କିଛି ଦିନ ନିରବତା ପରେ ପୁଣି ମାତିଲେ ଡକାୟତ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ବିଳମ୍ବିତ ରାତିରେ ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ପଶି କରିଛନ୍ତି ଡକାୟତି ।ଘରେ ପଶି ପରିବାର ସଦସ୍ୟକୁ ଏକ କୋଠରୀରେ ବନ୍ଦ କରି ଲୁଟି ନେଲେ ୨୫ଭରି ସୁନା ଓ ବହୁ ଟଙ୍କା । 

ଧର୍ମଗଡ : କିଛି ଦିନ ନିରବତା ପରେ ପୁଣି ମାତିଲେ ଡକାୟତ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଓଲମା ଗାଁରେ ସଶସ୍ତ୍ର ଡକାୟତି । ବିଳମ୍ବିତ ରାତିରେ ଚାଷୀ ଧନଞ୍ଜୟ ସାହୁଙ୍କ ଘରେ ପଶି କରିଛନ୍ତି ଡକାୟତି । ଘରେ ପଶି ପରିବାର ସଦସ୍ୟକୁ ଏକ କୋଠରୀରେ ବନ୍ଦ କରି ଲୁଟି ନେଲେ ୨୫ଭରି ସୁନା ଓ ବହୁ ଟଙ୍କା ।

ପ୍ରାୟ ଦଶରୁ ଅଧିକ ଡକାୟତ ଆସିଥିବା ବେଳେ କିଛି ଡକାୟତ ଫେରାର ହୋଇ ଯାଇଥିଲେ । ଅନ୍ୟ ଜଣେ ଡକାୟତ ଡେଇଁ ଫେରାର ହେଉ ଥିବା ବେଳେ ଗୋଡ ଭାଙ୍ଗି ଯିବାରୁ ତାକୁ କାବୁ କରି ପୋଲିସକୁ ଜିମା ଦେଇଛନ୍ତି ଲୋକେ ।

ବର୍ତ୍ତମାନ କୋକସରା ଥାନାରେ ଜଣେ ଡକାୟତ ଅଟକ ରହିଛି । ପୋଲିସର ଛାନ ଭିନ ଜାରି ରହିଛି l ତଦନ୍ତ ପରେ ଜଣାପଡ଼ିବ ଏମାନେ କେଉଁ ଅଞ୍ଚଳର ଡକାୟତ ଦଳ । ପୂର୍ବରୁ କେଉଁ କେଉଁ ଅଞ୍ଚଳରେ ଡକାୟତ କରିଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.