NCL ରେ ବମ୍ପର ଭର୍ତ୍ତି, ୧୨ଶ ପାସ୍‌ କରିଥିଲେ କରନ୍ତୁ ଆବେଦନ

NCL ରେ ଖାଲିପଡିଛି ଏଚଇଏମଏମ ଅପରେଟର ଟ୍ରେନି ପଦବୀ । ୧୦ମ କିମ୍ବା ୧୨ଶ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ସର୍ବାଧିକ ୩୦ ବର୍ଷର ପ୍ରାର୍ଥୀ କରିପାରିବେ ଆବେଦନ ।

ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର । NCL ରେ ବମ୍ପର ଭର୍ତ୍ତି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ ସାଇଟ୍‌ nclcil.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୩ ରହିଛି ।

ପଦବୀ ବିବରଣୀ : ୩୩୮

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ୧୦/୧୨ଶ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୦ ବର୍ଷ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ପରୀକ୍ଷା ଆଧାରରେ ହେବ ।

ଆବେଦନ ଶୁଳ୍କ : ଏହି ଅଭିଯାନ ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୧୮୦ ଆବେଦନ ଶୁଳ୍କ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ ଚେକ୍‌ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.