ଦ୍ୱିତୀୟ ଟି-୨୦ରେ ଆୟରଲାଣ୍ଡକୁ ୩୩ ରନରେ ହରାଇଲା ବୁମରା ବାହିନୀ, ହିରୋ ସାଜିଲେ ରିଙ୍କୁ ସିଂ

ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତି ସିରିଜ କବଜା କରିଛି ବୁମରା ବାହିନୀ । ଦ୍ୱିତୀୟ ଟି-୨୦ ମ୍ୟାଚରେ ଆୟରଲାଣ୍ଡକୁ ୩୩ ରନରେ ହରାଇଛି ଭାରତ । ଏହା ସହିତ ୨-୦ରେ ସିରିଜରେ ଆଗୁଆ ରହିଛି ।

ଡବଲିନରେ ଖେଳାଯାଇଥିବା ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତି ସିରିଜ କବଜା କରିଛି ବୁମରା ବାହିନୀ । ଦ୍ୱିତୀୟ ଟି-୨୦ ମ୍ୟାଚରେ ଆୟରଲାଣ୍ଡକୁ ୩୩ ରନରେ ହରାଇଛି ଭାରତ । ଏହା ସହିତ ୨-୦ରେ ସିରିଜରେ ଆଗୁଆ ରହିଛି । ଟିମର ହିରୋ ସାଜିଛନ୍ତି ରିଙ୍କୁ ସିଂ । ଆୟରଲାଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ ଖେଳି ବ୍ୟାଟିଂରେ କମାଲ କରିଛନ୍ତି । ରିଙ୍କୁ ୨୧ଟି ବଲରେ ୩୮ ରନ କରି ମ୍ୟାନ୍‌ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ଆୟରଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଆୟରଲାଣ୍ଡ ୮ ୱିକେଟ ହରାଇ ୧୫୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତ ୩୩ ରନରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତିଛି । ଭାରତର ପକ୍ଷରୁ ଋତୁରାଜ ଗାୟକଓ୍ଵାଡ ୫୮, ରିଙ୍କୁ ସିଂହ ୩୮ ଓ ସଞ୍ଜୁ ସାମସନ ୪୦ ରନ ସଂଗ୍ରହ କରିଥିଲେ ।

ଗତ ୧୮ ତାରିଖରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଡିଏଲଏସ ନିୟମ ଆଧାରରେ ୨ ରନରେ ବିଜୟ ହାସଲ କରିଥିଲା । ଆଜିର ମ୍ୟାଚ୍‌ ଜିତି ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ ।

୨୦୨୩ ଆଇପିଏଲରେ ରିଙ୍କୁ ସିଂ ଚର୍ଚ୍ଚାକୁ ଆସିଥିଲେ । ଗୁଜରାଟ ଟାଇଟନ୍ସ ବିପକ୍ଷ ଗୋଟିଏ ମ୍ୟାଚରେ ୫ ବଲରେ ଲଗାତାର ୫ଟି ଛକା ମାରି କୋଲକାତା ନାଇଟ ରାଇଡର୍ସକୁ ବିଜୟୀ କରାଇଥିଲେ ରିଙ୍କୁ ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.