ଦିଲ ଦେଶୀ ପର ଲଗତି ହୁଁ ବିଦେଶୀ: ସନ୍ନି ଲିଓନ

କିଛି ନା କିଛି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ। ଏବେ ସନ୍ନିଙ୍କୁ ଭାରତୀୟ ଚଟପଟା ଖାଦ୍ଯ ଖାଇବାକୁ ବେଶ ଭଲ ଲାଗିଥାଏ। ଖାସ୍ କରି ଫେଷ୍ଟିଭ ସିଜିନରେ ଆଳୁ ପରଟା, ଦହି ଏବଂ ଆମ୍ବ ଆଚାର ଖାଇବାକୁ ବହୁତ ପସନ୍ଦ ଲାଗିଥାଏ।

କାନାଡରେ ଜନ୍ମିତ ସନ୍ନିଙ୍କ ପାଠପଢା ବିଦେଶରେ ହୋଇଥିଲେ ମଧ୍ୟ ଦିଲ୍ ବିଲକୁଲ ଦେଶୀ। ତେଣୁ ଖାଇବା ମାମଲାରେ ଭାରତୀୟ ଖାଦ୍ଯ ପାଇବାକୁ ବେଶି ଭଲ ପାଆନ୍ତି। ଭାରତୀୟ ଉତ୍ସବ ଏବଂ ପୂଜା ସମୟରେ ସବୁପ୍ରକାର ଇଣ୍ଡିଆନ ଚଟାପଟ ଖାଇବାକୁ ମନ ବଳାନ୍ତି।

 

View this post on Instagram

 

A post shared by Sunny Leone (@sunnyleone)

କେବଳ ଭାରତୀୟ ଖାଦ୍ଯ ନୁହେଁ, ବରଂ ଭାରତୀୟ ବିଚାରଧାରା ଅହିଂସା ପରମୋ ଧର୍ମ’ ବହୁତ ବଡ ସମର୍ଥକ। ସନ୍ନି କୌଣସି ପୋଷା ଜୀବକୁ କେବେ ବି ମାରିବାକୁ ଚାହାଁନ୍ତିନି। ସେ କୁହନ୍ତି, ଆମେ ବ୍ରାଣ୍ଡେଣ୍ଡ କୁକୁର କିଣିବା ଅପେକ୍ଷା ଗଳିରେ ବୁଲୁଥିବା କୁକୁରକୁ ପାଳିବା ଉଚିତ। ସେମାନଙ୍କୁ କେହି ଖାଇବାକୁ ଦିଅନ୍ତି ନାହିଁ। ମୁଁ ବି ମୋ ଘରେ ଗଳିରେ ବୁଲୁଥିବା କୁକୁରକୁ ରଖିଛି। ଆପଣମାନେ ମଧ୍ୟ ଏପରି କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.