ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ହସ୍ପିଟାଲରେ ସୁପରଷ୍ଟାର ରଜନୀକାନ୍ତ। ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରଜନୀକାନ୍ତ। ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ରୁଟିନ୍‌ ଚେକଅପ୍‌ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ତାଙ୍କୁ ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା।

ତେବେ ସେ ରୁଟିନ ଚେକ୍‌ଅପ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ସୂଚନା ମିଳିବାପରେ ତାଙ୍କର ଫ୍ଯାନ୍ସ ମାନେ ଦୀର୍ଘ ନିଶ୍ବାସ ନେଇଛନ୍ତି। ରଜନୀକାନ୍ତଙ୍କ ପବ୍ଲିସିଟି ରିଆଜ କେ ଅହମଦଙ୍କ କହିବା ମୁତାବକ, ଗୁରୁବାର ଅପରାହ୍ନ ୪.୩୦ରେ ରଜନୀକାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ନିୟମିତ ଭାବେ ତାଙ୍କର ରୁଟିନ ଚେକଅପ୍‌ କରାଯାଇଥାଏ। ସେ ବର୍ତ୍ତମାନ ଚେକଅପ ପାଇଁ ଗୋଟିଏ ଘରୋଇ ହସ୍ପିଟାଲରେ ରହିଛନ୍ତି।

କିଛି ଦିନ ତଳେ ରଜନୀକାନ୍ତ ଫାଲେକ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀରେ ରହିଥିଲେ। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ଆଗକୁ ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ Annaatthe ରିଲିଜ ହେବାକୁ ଯାଉଛି। ନଭେମ୍ବର ୪ ଦୀପାବଳିରେ ଏହା ମୁକ୍ତିଲାଭ କରିବ। ଏହାର ନିର୍ଦ୍ଦେଶନା ସିରୁଥାଇ ଶିବା ଦେଇଥିବା ବେଳେ ସନ୍‌ ପିକଚର ଏହା ପ୍ରଯୋଜନା କରୁଛି। ଅକ୍ଟୋବର ୨୭ରେ ଗୋଟିଏ ପ୍ରାଇଭେଟ ଷ୍ଟୁଡିଓରେ Annaattheର ସ୍କ୍ରିନିଂ ହୋଇଥିଲା। ଏହାକୁ ନିଜ ପରିବାର ଲୋକଙ୍କ ସହ ରଜନୀକାନ୍ତ ଦେଖିଥିଲେ। ଏହାର ଫଟୋକୁ ମଧ୍ୟ ସେ ଟ୍ୱିଟ କରିଥିଲେ।

ତେବେ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ କ୍ରେଜ୍‌ ଦୀର୍ଘ ବର୍ଷ ହେଲାଣି ରହିଛି। ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଭଗବାନଙ୍କ ଭଳି ପୂଜା କରନ୍ତି। ନିକଟରେ ରଜନୀକାନ୍ତଙ୍କ ଅପ୍‌କମିଂ ଫିଲ୍ମ Annaatthae ରେ ତାଙ୍କର ଫାଷ୍ଟଲୁକ୍‌ ରିଲିଜ୍‌ ହୋଇଥିଲା। ଯାହାର ପୋଷ୍ଟର ଆସିବା ପରେ ଫ୍ୟାନ୍‌ମାନେ ଖୁସିରେ ବିଭୋର ହୋଇଯାଇଥିଲେ, ଯାହାକୁ କେହି କେବେ କଳ୍ପନା ବି କରିନଥିବେ।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବରରେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ସେ ଫିଲ୍ମ ଶୁଟିଂ କରୁଥିବା ବେଳେ ଅସୁସ୍ଥ ହେବାରୁ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.