ଏହି କାରଣରୁ ସୁଶାନ୍ତ ରହୁଥିବା ଫ୍ଲାଟରେ କେହି ରାଜି ହେଉନାହାନ୍ତି ରହିବାକୁ, ବର୍ଷେ ହେଲାଣି ପଡ଼ିଛି ଖାଲି

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିଛି। ଗତ ବର୍ଷ ଜୁନ ୧୪ତାରିଖରେ ସୁଶାନ୍ତ ମୁମ୍ବାଇସ୍ଥିତ ନିଜ ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ସେବେଠାରୁ ଉକ୍ତ ଘର ଖାଲି ପଡ଼ିଛି। କୁହାଯାଉଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ କେହି ସେହି ଘରକୁ କିଣିବାକୁ କିମ୍ବା ଭଡ଼ାରେ ନେବାକୁ ରାଜି ହେଉନାହାନ୍ତି। ଲୋକେ ସେହି ଘରେ ରହିବାକୁ ଭୟ କରୁଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ଏହି ଫ୍ଲାଟ ପାଇଁ ସୁଶାନ୍ତ ପ୍ରତି ମାସରେ ୪.୫ ଲକ୍ଷ ଟଙ୍କା ଭଡ଼ା ଦେଉଥିଲେ।

ଅଭିନେତା ମୁମ୍ବାଇରେ ଏକ ଡିଲକ୍ସ ଆପାର୍ଟମେଣ୍ଟରେ ରହୁଥିଲେ। ଏଠାରେ ମୋଟ୍ ୪ଟି ଫ୍ଲାଟ୍ ରହିଛି। ସୁଶାନ୍ତ ସିଂହ ରାଜପୁତ ସେହି ଆପାର୍ଟମେଣ୍ଟରେ ରହିବା ପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ଦେଉଥିଲେ। ସୁଶାନ୍ତ ୧୨ ଲକ୍ଷ ୯୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ ଏବଂ ମାସକୁ ଘର ଭଡା ଭାବେ ୪ ଲକ୍ଷ ୫୧ ହଜାର ଟଙ୍କା ଦେଉଥିଲେ।

ସୁଶାନ୍ତଙ୍କ ଏହି ଫ୍ଲାଟରେ ୩ଟି ବେଡରୁମ ସହ ବଡ଼ ଲାଇବ୍ରେରୀ ମଧ୍ୟ ଥିଲା। ସେ ବହି ପଢ଼ିବାକୁ ଭଲ ପାଉଥିବାରୁ ଅନେକ ବହି ଏଠାରେ ରଖିଥିଲେ। ଫ୍ରି ସମୟରେ ସେ ଏସବୁ ବହି ପଢ଼ିବାକୁ ଭଲ ପାଉଥିଲେ। ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ଏହି ଫ୍ଲାଟରେ ୨୦୨୨ ପର୍ଯ୍ୟନ୍ତ ରହିଥାନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.