ଆଜି ରିଲିଜ୍ ହେବ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ Dil Bechara, ଜାଣନ୍ତୁ କେବେ, କେମିତି ଏବଂ କେଉଁଠି ଦେଖିବେ

ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ ତାରିଖରେ ଦୁନିଆକୁ ଅଲବିଦା କହିଥିଲେ। ତେବେ ତାଙ୍କର ଏମିତି ଅକସ୍ମାତ ମୃତ୍ୟୁରେ ଏବେବି ଦୁଃଖରେ ଅଛନ୍ତି ତାଙ୍କ ଫ୍ୟାନ୍ସ। ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତଙ୍କ ସ୍ମୃତିରେ ଏବଂ ତାଙ୍କୁ ଟ୍ରିବ୍ୟୁଟ ଦେବା ପାଇଁ ଆକ୍ଟରଙ୍କ ଅଭିନୀତ ଲାଷ୍ଟ ଫିଲ୍ମ ‘ଦିଲ ବେଚାରା’କୁ ଆଜି ରିଲିଜ୍ କରାଯିବ। ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସ, ଫ୍ୟାମିଲୀ ଏବଂ ଫିଲ୍ମର କାଷ୍ଟ ସମସ୍ତଙ୍କ ପାଇଁ ଏକ ଇମୋସନାଲ ମୁହୂର୍ତ୍ତ ହେବ। ଆଜି ସଂନ୍ଧ୍ୟା ୭.୩୦ ମିନିଟରେ ସୁଶାନ୍ତଙ୍କ ଶେଷ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ପ୍ରସାରଣ କରାଯିବ।

Dil Becharaସୁଶାନ୍ତ ସିଂହ ରାଜବୁତ ଏବଂ ସଞ୍ଜନା ସାଙ୍ଘୀଙ୍କ ଫିଲ୍ମ ‘ଦିଲ୍ ବେଚାରା’ ଏହି ଫିଲ୍ମରେ ମୋଷ୍ଟ ମଚ ଆୱେଟେଡ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇସାରିଛି। ଫିଲ୍ମର ଟ୍ରେଲର ୬ ଜୁଲାଇରେ ୟୁଟ୍ୟୁବରେ ରିଲିଜ୍ କରାଯାଇଥିଲା। ଯାହାପରେ ଏହି ଟ୍ରେଲରକୁ କୋଟି କୋଟି ଲୋକ ଦେଖିଥିଲେ ଏବଂ ଏହା ସୁଶାନ୍ତଙ୍କ ଏବେ ପଯ୍ୟର୍ନ୍ତର ସବୁଠାରୁ ଅଧିକ ଦେଖା ହୋଇଥିବା ଟ୍ରେଲର ହୋଇଯାଇଛି।

କେବେ ଏବଂ କେଉଁଠି ଦେଖିପାରିବେ ଫିଲ୍ମ

ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମକୁ ଫ୍ୟାନ୍ସ ଚାତକ ଭଳି ଚାହିଁରହିଛନ୍ତି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଜି ଆପଣ କେବେ ଓ କେଉଁଠି ଏହି ଫିଲ୍ମକୁ ଦେଖିପାରିବେ। ଦିଲ୍ ବେଚାରାକୁ ଆଜି ଅର୍ଥାତ ୨୪ ଜୁଲାଇ ସଂନ୍ଧ୍ୟା ୭.୩୦ରେ ଦେଖିପାରିବେ। ଫ୍ୟାନ୍ସଙ୍କ ଭାବନାକୁ ଧ୍ୟାନରେ ରଖି ହଟଷ୍ଟାର ଏହି ଫିଲ୍ମକୁ ଫ୍ରି କରିଦେଇଛି। ଏହାର ଅର୍ଥ ଯଦି ଦର୍ଶକ ହଟଷ୍ଟାରର ପ୍ରିମିୟମ ମେମ୍ବର୍ସ ନୁହଁନ୍ତି ତାହେଲେ ମଧ୍ୟ ସେମାନେ ଏହାକୁ ଦେଖିପାରିବେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲକଡାଉନ କାରଣରୁ ଏହି ଫିଲ୍ମର ରିଲିଜକୁ ସ୍ଥଗିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.