Below header

ଭାରତୀୟ ବୈଜ୍ଞାନିକଙ୍କ ଭୟଙ୍କର ଘୋଷଣା, ମାତ୍ରାଧିକ ବାୟୁ ପ୍ରଦୂଷଣ ବଢ଼ାଇ ପାରେ କରୋନା ମୃତ୍ୟୁହାର

ଦେଶରେ ଚିନ୍ତା ବଢ଼ାଉଛି ମାରାତ୍ମକ କରୋନା ଭାଇରସ । ଏହା ସହିତ କିପରି ମୁକାବିଲା କରାଯିବ ସେ ନେଇ ପୂରା ଦେଶ ଏବେ ଚିନ୍ତିତ ।ଗୋଟେ ପରେ କରୋନା ଓ ଅନ୍ୟ ପଟେ ବାୟୁ ପ୍ରଦୁଷଣ ଦେଶ ପାଇଁ “ବୋଝ ଉପରେ ନଳିତା ବିଡ଼ା” ପରି ହେବାକୁ ଯାଉଛି । କରୋନା ସହିତ ବାୟୁ ପ୍ରଦୂଷଣକୁ ଯୋଡ଼ି ଭାରତୀୟ ବୈଜ୍ଞାନିକ ମାନେ ଦେଇଛନ୍ତି ଆଉ ଏକ ଭୟଙ୍କର ମତ । ଭାରତର ବଡ ବଡ଼ ବୈଜ୍ଞାନିକ ମାନେ ଦାବି କରିଛନ୍ତିଯେ, ବାୟୁ ପ୍ରଦୂଷଣ ସହ କୋରୋନା ମୃତ୍ୟୁର ସିଧାସଳଖ ସମ୍ବନ୍ଧ ରହିଛି । ବୈଜ୍ଞାନିକ ମାନଙ୍କ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଯଦି ବାୟୁମଣ୍ଡଳରେ ପ୍ରତି ଘନ ମିଟରରେ ଏକ ମାଇକ୍ରୋଗ୍ରାମ ପିଏମ କଣିକା ବୃଦ୍ଧି ପାଏ, ତେବେ କରୋନା ମୃତ୍ୟୁହାର ୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ । “କ୍ଳାଇମେଟ ଟ୍ରେଣ୍ଡ” ଦ୍ୱାରା ଆୟୋଜିତ ହୋଇଥିବା ଏକ ସମ୍ମେଳନରେ ଭାଗ ନେଇଥିବା ବିଶେଷଜ୍ଞ ମାନେ ହାବାର୍ଡ ବିଶ୍ୱବିଦ୍ୟାଳୟ ଓ ଇଟାଲୀରେ ହୋଇଥିବା ଗବେଷଣା ଗୁଡିକର ତଥ୍ୟରେ ସହମତି ଜଣାଇଛନ୍ତି ।

New York Experiences Highest One-Day Coronavirus Death Toll ...

ସୂଚନା ଦେବା ଯୋଗ୍ୟକି, ଇଟାଲୀରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିଯେ, ପ୍ରତି ଘନମିଟରକୁ ଯଦି ଏକ ମାଇକ୍ରୋଗ୍ରାମ କଣିକା ବୃଦ୍ଧି ପାଏ ତେବେ ହୁଏତ କୋଭିଡ  ମୃତ୍ୟୁ ସଂଖ୍ୟା ୮ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ । କିନ୍ତୁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ଏହି ଧରଣର ଚିନ୍ତାରୁ କିଛିଟା ମୁକ୍ତି ଦେଇଥିବା ଜଣାଯାଇଛି । ଲକଡାଉନ କାରଣରୁ ଦେଶରେ ମାର୍ଚ୍ଚ ଶେଷ ସପ୍ତାହରୁ ଯାନବାହାନ ଚଳାଚଳ ଓ କଳକାରଖାନା ମାନ ବନ୍ଦ ରହିଛି | ଯାହାର ସୁପ୍ରଭାବ ବାୟୁମଣ୍ଡଳ ଉପରେ ପଡିଛି । ପ୍ରଦୂଷଣ ହାର କମିଥିବାରୁ ଶ୍ଵାସପ୍ରଶ୍ଵାସ ଜନିତ ରୋଗରେ ପୀଡିତ ଥିବା ରୋଗୀ ମାନେ କିଛିଟା ତ୍ରାହି ପାଇ ପାରିଛନ୍ତି । ଏହି ଅବସରରେ କାନପୁର ଆଇଆଇଟିର ସିଭିଲ ଇଂଜିନିୟରିଙ୍ଗ ବିଭାଗର ପ୍ରମୁଖ ଡଃ. ଏସଏନ ତ୍ରିପାଠୀ କିଛି ଉପଯୋଗୀ ତଥ୍ୟ ଦେଇଛନ୍ତି ।

ସେ ନିଜର କିଛି ଗବେଷଣାରୁ ଜାଣିପାରିଛନ୍ତିଯେ, ବାୟୁ ପ୍ରଦୂଷଣ ଆଗକୁ ଏକ ବଡ଼ ସମସ୍ୟା ଭାବରେ ଉଭା ହେବାକୁ ଯାଉଛି । “ଇଣ୍ଡିଆ କ୍ଳାଇମେଟ କୋଲବ୍ରେଟିଭ”ର ଶ୍ଳୋକ ମେହେଟାଙ୍କ ଅନୁଯାୟୀ, ସମ୍ପ୍ରତ୍ତି ଦେଶରେ ବାୟୁ ପ୍ରଦୂଷଣର ମାତ୍ରା କମାଇବା ପାଇଁ ଅତି କମରେ ୪୦୦୦ ମନିଟରିଙ୍ଗ ଷ୍ଟେସନର ଆବଶ୍ୟକତା ରହିଛି । ଏକ ଅନୁମାନ ଅନୁଯାୟୀ ଯଦି ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଷ୍ଟେସନ ବସାଯାଏ ତେବେ ଅତି କମରେ ୧୦୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ତେବେ କରୋନା ତଥା ଅନ୍ୟ ରୋଗରେ ପୀଡିତ ରୋଗୀ ମାନଙ୍କୁ ଯଦି ରକ୍ଷା କରିବାକୁ ହୁଏ, ତେବେ ସରକାରଙ୍କୁ ତୁରନ୍ତ ଏକ୍ଷେତ୍ରରେ ପଦକ୍ଷେପ ନେବାକୁ ହେବ ନଚେତ ପରିସ୍ଥିତି ଭୟଙ୍କର ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.