Below header

ନୟାପଲ୍ଲୀ ପୋଷ୍ଟଅଫିସର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନ କୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଏମିତିଯେ, ଦୈନିକ ପ୍ରାୟ ୧୦୦ରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ରାଜଧାନୀ ଭୁବନେଶ୍ୱରର । ସ୍ଥାନୀୟ ବାସିନ୍ଦାଙ୍କ ବ୍ୟତୀତ ବିଭିନ୍ନ ସରକାରୀ କାର୍ଯ୍ୟଳୟରେ ମଧ୍ୟ କରୋନା ନିଜ ଅକ୍ତିଆରକୁ ନେବାକୁ ବସିଲାଣି । ନୟାପଲ୍ଲୀସ୍ଥିତ ପୋଷ୍ଟ ଅଫିସରେ ଜଣେ ମହିଳା କର୍ମଚାରୀ କୋଭିଡ ସଂକ୍ରମିତ ଜଣାପଡିବା ପରେ ଆଜିଠୁ କାର୍ଯ୍ୟାଳୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଷ୍ଟ ଅଫିସର ଜନୈକ ବରିଷ୍ଠ ଅଧିକାରୀ ।

ଏହି ଖବର ସାମ୍ନାକୁ ଆସିବା ପରେ ସମ୍ପୂର୍ଣ୍ଣ ପୋଷ୍ଟ ଅଫିସକୁ ବିଏମସି ତରଫରୁ ସାନିଟାଇଜ କରାଯାଇଛି । ଆଉ ଅତି ଜରୁରୀ କାର୍ଯ୍ୟ ନଥିଲେ କର୍ମଚାରୀ ମାନଙ୍କୁ ପୋଷ୍ଟଅଫିସ ଆସିବାକୁ ବାରଣ କରାଯାଇଛି ।ଅନ୍ୟପକ୍ଷରେ, ରାଜ୍ୟ ବିଧାନସଭାରେ ମଧ୍ୟ ୫ ଜଣ ପଜିଟିଭ ବାହାରିବା ପରେ ବିଧାନସଭାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.