Below header

ପୋଲସରା ବିଧାୟକ କରୋନା ସଂକ୍ରମିତ ଚିହ୍ନଟ, ପତ୍ନୀଙ୍କ ରିପୋର୍ଟ ବି ପଜିଟିଭ

ବ୍ରହ୍ମପୁର: ରାଜ୍ୟର ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ । ଗଂଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ବିଧୟିକଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ଅଛନ୍ତି । ଏବାବଦରେ ନିଜେ ବିଧାୟକ ହିଁ ସୂଚନା ଦେଇଛନ୍ତି । ବିଧାୟକଙ୍କୁ କିଛି ଦିନ ହେବ ଜ୍ୱର ହେଉଥିଲା । ଏହି କାରଣରୁ ଭୁବନେଶ୍ୱରର ସମ ହସ୍ପିଟାଲରେ ନିଜ ସ୍ୱାବ ଟେଷ୍ଟ କରାଇଥିଲେ । ବୁଧବାର ତାଙ୍କ ରିପୋର୍ଟ ଆସିବା ସହ ସେ ପଜିଟିଭ ଥିବା ଜଣାଯିଛି ।

ସୂଚନା ଦେବା ଯୋଗ୍ୟକି ପୂର୍ବରୁ ରାଜ୍ୟର ୩ ଜଣ ବିଧାୟକ କରୋନାରେ ସଂକ୍ରମିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବିଧାୟକ ସୁକାନ୍ତ ନାୟକ ସୁସ୍ଥ ହୋଇ ଫେରିଛନ୍ତି । ଏହାପରେ ସାଲେପୁର ବିଧାୟକ, ରେମୁଣା ବିଧାୟକଙ୍କ ରିପୋର୍ଟ ବି ପଜିଟିଭ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.