Below header

ଟିମ ପାଇଲଟଙ୍କୁ ମିଳିଲା ଆଶ୍ବସ୍ତି, ବାଚସ୍ପତି ସିପି ଯୋଶୀଙ୍କ ଅଯୋଗ୍ୟ ନୋଟିସ୍‌ ଉପରେ ଷ୍ଟେ ଲଗାଇଲେ ହାଇକୋର୍ଟ

ରାଜସ୍ଥାନ: ପାଇଲଟ୍‌-ଗେହଲଟ୍‌ ବିବାଦକୁ ନେଇ ରାୟ ଦେଇଛନ୍ତି ରାଜସ୍ଥାନ ହାଇକୋର୍ଟଙ୍କ । ଟିମ ପାଇଲଟଙ୍କୁ ହାଇକୋର୍ଟ ତରଫରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ସଚିନ୍‌ ପାଇଲଟ୍‌ ଓ ତାଙ୍କ ସହଯୋଗୀ ୧୮ବିଧାୟକଙ୍କୁ ବାଚସ୍ପତି ସିପି ଯୋଶୀଙ୍କ ତରଫରୁ ଜାରି ହୋଇଥିବା ଅଯୋଗ୍ୟ ନୋଟିସ୍‌ ଉପରେ ଷ୍ଟେ ଲଗାଇଛନ୍ତି ରାଜସ୍ଥାନ ହାଇକୋର୍ଟ । ଏଥିସହ ବର୍ତ୍ତମାନର ସ୍ଥିତି ବଜାୟ ରଖିଛନ୍ତି ହାଇକୋର୍ଟ । ଆଉ ଆସନ୍ତା ସୋମବାର ସୁପ୍ରିମ୍‌କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ପାଇଲଟ୍‌ ଓ ୧୮ ବିଦ୍ରୋହୀ ବିଧାୟକଙ୍କ

ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ବାଚସ୍ପତି ସିପି ଯୋଶୀଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ୍‌କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଟିମ୍‌ ପାଇଲଟ୍‌ । ସେପଟେ ଅଶୋକ ଗେହଲଟ୍‌ ମଧ୍ୟ ଏହାକୁ ନେଇ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ଅନୁଯାୟୀ, ପୂରା ଦେଶ ଏହି ସମସ୍ତ ଘଟଣା ଦେଖୁଛି ଓ ଜାଣିଛି । ଉପରୁ ଚାପ ପଡୁଥିବାରୁ ରାଜ୍ୟପାଳ କୌଣସି ନିଷ୍ପତ୍ତି ନେଇ ପାରୁନଥିବା ଗେହଲଟ କହିଛନ୍ତି। ଏପରିକି ତାଙ୍କ ପକ୍ଷର ବିଧାୟକ ମାନଙ୍କୁ ଡରାଇ ଧମକାଇ ରଖାଯାଇଥିବା ଗେହଲଟ ଅଭିଯୋଗ ଆଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.