କସ୍ୟପ ଋଷିଙ୍କ ମନରୁ ସୃଷ୍ଟି ହୋଇଥିଲେ ବୋଲି ଏହି ମାଙ୍କ ନାମ ମନସା ଦେବୀ, ସୂତା ବାନ୍ଧିଲେ ପୂରା କରନ୍ତି ମନସ୍କାମନା

ଏମିତି ତ ଆପଣ ଦେଶରେ ଅନେକ ଦେବୀ ମା’ଙ୍କ ମନ୍ଦିର ଦେଖିଥିବେ। ମନ୍ଦିରର ବହୁ ଚମତ୍କାରିତା ବିଷୟରେ ଶୁଣିଥିବେ। ସେହିପରି କିଛି ମନ୍ଦିର ରହିଛି ଯାହାର ଚକତ୍କାରିତାକୁ ଆପଣ ଦେଖି ବି ଥିବେ। ଆମ ଭାରତ ବର୍ଷର କୋଣ ଅନୁ କୋଣରେ ଅନେକ ରହସ୍ୟମୟ ଦେବାଦେବୀଙ୍କ ମନ୍ଦିର ରହିଛି। ବିଭିନ୍ନ ଚମତ୍କାରରେ ଭରି ରହିଥିବା ଏହି ପବିତ୍ର ସ୍ଥାନ ଗୁଡିକୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିବାକୁ ଯାଇଥାନ୍ତି। ଦେବୀ ମାଆଙ୍କର ଏହି ମନ୍ଦିର ମଧ୍ୟରୁ ଏକ ଏମିତି ବି ମନ୍ଦିର ରହିଛି ଯାହାର ପରିସରରେ ଏକ ଗଛ ଅଛି ଯାହାର ଶାଖାରେ ଭକ୍ତ ନିଜର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ସୂତା ବାନ୍ଧନ୍ତି। ଯାହାଦ୍ୱାରା ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ମାନ୍ୟତା ରହିଛି।

manasaଆମେ ଆପଣଙ୍କୁ କହୁଛୁ ହରିଦ୍ୱାର ଶିବାଳିକ ପର୍ବତମାଳାର ବିଲଓ୍ଵା ନାମକ ପାହାଡରେ ନିର୍ମିତ ମା ମନସା ଦେବୀଙ୍କ ମନ୍ଦିର ବିଷୟରେ। ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରୁଥିବାରୁ ମା ଏଠାରେ ମାନସା ଦେବୀ ନାମରେ ପୂଜା ପାଆନ୍ତି। ଏହି ମନ୍ଦିରରେ ପାଞ୍ଚ ଭୁଜା, ତିନି ମୁହଁ ଓ ଆଠ ଭୁଜା ବିଶିଷ୍ଟ ଦେବୀଙ୍କର ଦୁଇଗୋଟି ମୂର୍ତ୍ତି ରହିଛି। ସେହିପରି ନବରାତ୍ରୀ ପର୍ବ ଆରମ୍ଭରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଏଠାର ଭକ୍ତଙ୍କ ଭିଡ ଲାଗିରହିଥାଏ। ଚଣ୍ଡି ଦେବୀ ଓ ମାୟା ଦେବୀଙ୍କ ପରି ମାନସା ଦେବୀ ମଧ୍ୟ ସକଳ ଶକ୍ତିର ଆଧାର ବୋଲି ଲୋକଙ୍କ ବିଶ୍ୱାସ ରହିଛି।

manasaଏହି ମନ୍ଦିରକୁ ମାତା ମନସା ଦେବୀଙ୍କୁ ସମର୍ପିତ କରାଯାଇଛି। ମା ମନସାଙ୍କୁ ବାସୁକି ନାଗଙ୍କ ଭଉଣୀ ବୋଲି କୁହାଯାଏ। ସନାତନ ଧର୍ମର ମାନ୍ୟତା ଅନୁଯାୟୀ ମା ମନସା ଦେବୀ ମାତା ଶକ୍ତିଙ୍କର ଏକ ରୂପ। ମା ମନସା କସ୍ୟପ ଋଷିଙ୍କ ପୁତ୍ରୀ ଥିଲେ ଏବଂ ତାଙ୍କ ମନରୁ ହିଁ ଅବତରିତ ହୋଇଥିଲେ। ଏଥିପାଇଁ ତାଙ୍କୁ କୁହାଯାଏ ମନସା। ନାମ ଯେମିତି ମାଙ୍କ କାମ ବି ସେମିତି। ମା ତାଙ୍କ ଭକ୍ତଙ୍କ ସବୁ ଇଚ୍ଛାକୁ ପୂରା କରନ୍ତି, ଏଠୁ କେହି କେବେ ଖାଲି ହାତରେ ଫେରିନାହାନ୍ତି। ଭକ୍ତ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଗଛ ଶାଖାରେ ପବିତ୍ର ସୂତା ବାନ୍ଧିଥାଆନ୍ତି। ଭକ୍ତର ମନୋବାଞ୍ଛା ପୂର୍ଣ୍ଣ ହେଲା ପରେ ପୁଣି ଥରେ ମନ୍ଦିରକୁ ଆସି ଗଛରୁ ସେହି ପବିତ୍ର ସୂତାଟିକୁ ଖୋଲିଥାନ୍ତି। ଭକ୍ତ ନଡିଆ, ମିଠା ଇତ୍ୟାଦି ଭୋଗ ଲଗାଇ ମାଙ୍କୁ ପ୍ରସନ୍ନ କରିଥାନ୍ତି।

manasaମା ମନସା ଦେବୀଙ୍କ ମହିମା ଚାରିଆଡେ ବିଖ୍ୟାତ । ନିଜ ମନୋବାଞ୍ଛା ନେଇ ଶ୍ରଦ୍ଧାର ସହିତ ଦେବୀଙ୍କ ପାଖକୁ ଗଲେ ମା ନିଶ୍ଚୟ ମନୋସ୍କାମନା ପୂର୍ଣ୍ଣ କରିବେ। ମନ୍ଦିରଟି ପାହାଡ ଉପରେ ରହିଥିବାରୁ ସେହିଠାରୁ ମା ଗଙ୍ଗା ଓ ହରିଦ୍ୱାରର ସମତଳ ପଡିଆ ଦେଖାଯାଇଥାଏ।
ଏହି ମନ୍ଦିରକୁ ପହଞ୍ଚିବା ପାଇଁ ୭୮୬ ଟି ଶିଢି ରହିଥିବାରୁ ଏହାକୁ ରସି ସାହାଯ୍ୟରେ ଚଢ଼ିପାରିବେ। ‘ମନସା ଦେବୀ ଉଡନ ଖଟୋଲା’ ନାମକ ଏହି ରସି ଭକ୍ତଙ୍କୁ ତଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟକ ହୋଇଥାଏ। ସେହିପରି ମନ୍ଦିରର କିଛି ପୂର୍ବରୁ କାର ଏବଂ ବାଇକ ସାହାଯ୍ୟରେ ମଧ୍ୟ ପହଁଚିପାରିବେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ମନ୍ଦିରଟି ଭୋର ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିଥାଏ, ଯେଉଁଥିରେ ଦ୍ୱିପହର ୧୨ ଟାରୁ ୨ଟା ପର୍ଯ୍ୟନ୍ତ ମନ୍ଦିରକୁ ଭୋଜନ ପାଇଁ ବନ୍ଦ ରଖାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.