‘ଟାଇଗର ଜିନ୍ଦା ହୈ’ରେ ଅସଲି ହିରୋ ସଲମାନ ନୁହେଁ, ସୁଷମା ଥିଲେ, ଜାଣନ୍ତୁ କିପରି ଥିଲା ସଂଯୋଗ

ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ, ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଷମା ସ୍ୱରାଜ ନିଜ କାଯ୍ୟର୍କାଳ ସମୟରେ ଏମିତି କିଛି କାମ କରିଛନ୍ତି, ଯେଉଁଥିପାଇଁ ସେ ସାରା ବିଶ୍ୱ ତାଙ୍କୁ ମନେ ପକାଇବ। ସୁଷମା ୪୬ ଭାରତୀୟ ନର୍ସଙ୍କ ପାଇଁ ଦେବଦୂତ ସାଜିଥିଲେ, ଯାହା ଉପରେ ତିଆରି ହୋଇଥିଲା ଫିଲ୍ମ ‘ଟାଇଗର ଜିନ୍ଦା ହୈ।’

tiger2

ଯଦିଓ ଫିଲ୍ମର ହିରୋ ସଲମାନ ଖାନ୍‌ ରହିଥିଲେ, କିନ୍ତୁ ପ୍ରକୃତରେ ସୁଷମା ସ୍ୱରାଜ ଇରାକ୍‌ରେ ଫସିଥିବା ୪୬ ଭାରତୀୟ ନର୍ସଙ୍କୁ ଉଦ୍ଧାର କରି ପୂରା ଦେଶର ହିରୋ ବନିଯାଇଥିଲେ। କାହାଣୀଟି ଏମିତି ଯେ ୨୦୧୪ରେ ସୁନ୍ନି ଚରମପନ୍ଥୀଙ୍କ ସଙ୍ଗଠନ ଆଇଏସ୍‌ଆଇଏସ୍‌ ୪୬ ଭାରତୀୟ ନର୍ସଙ୍କୁ ବନ୍ଦୀ କରି ରଖିଥିଲା। ସେତେବେଳେ ବୈଦେଶିକ ମନ୍ତ୍ରୀ ଥିବା ସୁଷମା ଏହି ଭାରତୀୟ ନର୍ସମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ।

nur

ଏହି ପୂରା ଘଟଣା ଉପରେ ସୁଷମା ନଜର ରଖିଥିଲେ ଏବଂ ସେପଯ୍ୟର୍ନ୍ତ ସେ ଶାନ୍ତିରେ ବସିପାରୁ ନ ଥିଲେ, ଯେ ପଯ୍ୟର୍ନ୍ତ ସମସ୍ତ ନର୍ସ ସୁରକ୍ଷିତ ଭାବେ ଭାରତ ନ ଫେରିଛନ୍ତି। ୨୦୧୪ ଜୁଲାଇ ୫ରେ ଯେବେ ଇରାକ୍‌ରୁ ନର୍ସମାନଙ୍କୁ ଧରି ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ମୁମ୍ବାଇ ପହଞ୍ଚିଥିଲା, ସୁଷମା ଏକ ଦୀର୍ଘ ନିଃଶ୍ୱାସ ମାରିଥିଲେ। ସାରା ଦେଶର ଲୋକେ ନର୍ସମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କରାଯାଇଥିବା ଏହି ପ୍ରୟାସକୁ ଭୂରି ଭୂରି ପ୍ରଶଂସା କରିବା ସହିତ ସୁଷମାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହାସହ ପଢ଼ନ୍ତୁ: ସୁଷମା ସ୍ବରାଜଙ୍କ ନିଧନରେ ଶୋକରେ ବୁଡିଲା ବଲିଉଡ୍, ଅନୁପମ ଖେର୍ ଓ ଏକତା କପୁରଙ୍କ ସହିତ ବହୁ ତାରକା ଜଣାଇଲେ ଶ୍ରଦ୍ଧାଞ୍ଜଳି

ତେବେ ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ର କିଛି ଅଂଶ ଏହି ପ୍ରକୃତ କାହାଣୀରୁ ନିଆଯାଇଛି। ଫିଲ୍ମରେ ଦେଖାଯାଇଛି କି, ଟାଇଗର ଅର୍ଥାତ୍‌ ସଲମାନ୍‌ ଖାନ୍‌ ୪୦ ନର୍ସଙ୍କ ଜୀବନ ଆତଙ୍କବାଦୀଙ୍କଠାରୁ ବଞ୍ଚାଇଥିଲେ, ଯେଉଁଥିରେ ୨୫ ଭାରତୀୟ ଏବଂ ୧୫ ପାକିସ୍ତାନୀ ନର୍ସ ଥିଲେ। କିନ୍ତୁ ପ୍ରକୃତରେ ୪୬ଜଣ ନର୍ସ କେବଳ ଭାରତର କେରଳ ନିବାସୀ ଥିଲେ।

salman

ଫିଲ୍ମରେ ଦର୍ଶାଯାଇଛି, ର’ ଏଜେଣ୍ଟ ଟାଇଗର ନର୍ସମାନଙ୍କୁ ବଞ୍ଚାଇବା ପାଇଁ ଇରାକ୍‌ ଯାଇଛନ୍ତି ଏବଂ କେବଳ ସେ ନିଜେ ହିଁ ସେମାନଙ୍କ ଜୀବନ ବଞ୍ଚାଉଛନ୍ତି। ହେଲେ ବାସ୍ତବ କାହାଣୀରେ ତାହା ସରକାରୀ ଅପରେଶନ ଥିଲା। ଇରାକ୍‌ ସରକାରଙ୍କ ସହିତ ମିଶି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଭାରତୀୟ ନର୍ସଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିଥିଲେ।