ଏହି ବଲିଉଡ୍ ଆକ୍ଟ୍ରେସ୍ ବିଚ୍ ନିକଟରେ ଝିଅ ମାନଙ୍କ ସହିତ କଲେ ଯୋଗ, ଭିଡିଓ ସେୟାର କରି କହିଲେ ଚିହ୍ନନ୍ତୁ ମୁଁ କିଏ?
ବଲିଉଡ୍ ଆକ୍ଟ୍ରେସ୍ ସୁସ୍ମିତା ସେନ୍ ନିକଟରେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ,ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସୁସ୍ମିତା ନିଜର ଝିଅ ମାନଙ୍କ ସହିତ ବିଚ୍ ନକଟରେ ଚକ୍ରାସନ କରୁଥିବାର ନଜର ଆସିଥିଲେ । ସୁସ୍ମିତା ନିଜର ଫିଟନେସକୁ ନେଇ ବହୁତ ସତର୍କ ରହିଥାନ୍ତି । ପ୍ରାୟତଃ ଆକ୍ଟ୍ରେସ୍ ନିଜର ସୋସିଆଲ ମିଡିଆରେ ଏକ୍ସରସାଇଜର ଭିଡିଓ ପୋଷ୍ଟ କରିଥାଆନ୍ତି । ଏବେ ସୁସ୍ମିତାଙ୍କର ଏହି ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସୁସ୍ମିତା ସେନ୍ ନିଜର ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି କି, ଏହା ବହୁତ ସୁନ୍ଦର ହୋଇଛି ନା, ନିଜ ଝିଅ ମାନଙ୍କ ସହିତ ଚକ୍ରାସନ କରୁଛି। ଚିହ୍ନନ୍ତୁ ଏମାନଙ୍କ ଭିତରୁ ମୁଁ କିଏ । ସୁସ୍ମିତା ସେନଙ୍କର ଏହି ଭିଡିଓରେ ଫ୍ୟାନ୍ସ ଖୁବ କମେଣ୍ଟ କରିଛନ୍ତି ଏବଂ ତାଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରୁଛନ୍ତି । ଆକ୍ଟ୍ରେସ୍ ସୁସ୍ମିତା ସେନ୍ ବର୍ତ୍ତମାନ ମାଳଦ୍ୱୀପରେ ନିଜ ଝିଅ ମାନଙ୍କ ସହିତ ଛୁଟି କଟାଉଛନ୍ତି ।
ଏହା ସହ ପଢନ୍ତୁ:
ଇଣ୍ଟରନେଟରେ ଅଜୟ ଦେବଗନଙ୍କ ପୁଅ ୟୁଗ୍ କୁ ନେଇ ଚର୍ଚ୍ଚା, ଏହି ଖାସ୍ କାରଣରୁ ପୁରା ବଲିଉଡ୍ ଜଣାଉଛି ଶୁଭେଚ୍ଛା