ତ୍ୱଚାକୁ ହାନିକାରକ ଫେସଓ୍ଵାଶରୁ ରକ୍ଷା କରିବାକୁ ହେଲେ ବ୍ୟବହାର କରନ୍ତୁ ହୋମମେଡ ଫେସଓ୍ଵାଶ

ସୁନ୍ଦର ଦେଖାଯିବା ପାଇଁ ଆଜିକାଲି ଯୁବତୀ ଅନେକ ପ୍ରକାର ବିୟୁଟି ପ୍ରଡକ୍ଟ ଆପଣାଉଛନ୍ତି। ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀକୁ ନେଇ ତ୍ୱଚାରେ ପ୍ରୟୋଗ ମଧ୍ୟ କରୁଛନ୍ତି। କିନ୍ତୁ ଏଥିରେ ଅନେକ ରାସାୟନିକ ପଦାର୍ଥ ମିଶିଥିବାରୁ କେତେକଙ୍କ ଚେହେରାରେ ଏହା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଉଛି। ଏହାର ବ୍ୟବହାର ଦ୍ୱାରା ମୁହଁରେ ବିଭିନ୍ନ ପ୍ରକାର ଦାଗ, ବ୍ରଣ, ତ୍ୱଚାରେ ଭାଙ୍ଗ ପଡିବା ଇତ୍ୟାଦି ଦେଖିବାକୁ ମିଳୁଛି। ସେହିପରି ଆମେ ପ୍ରତିଦିନ ବାହାରୁ ଘରକୁ ଫେରିବା ପରେ ମୁହଁକୁ ଧୂଳି ଧୂସରୁ ରକ୍ଷା କରିବା ପାଇଁ ଭଲ ଭାବେ ଧୋଇବା ପରେ ଫେସଓ୍ଵାଶ ବ୍ୟବହାର କରିଥାଉ। କିନ୍ତୁ ବଜାରରେ ମିଳୁଥିବା ଫେସଓ୍ଵାଶ ଯେ ଆମ ତ୍ୱଚା ପାଇଁ କେତେ ହାନିକାରକ ତାହା ଆମେ ଜାଣିନଥାଉ। ଏଥିପାଇଁ ଆପଣ କିଛି ଘରୋଇ ଉପଚାର ଆପଣାଇବା ଦ୍ୱାରା ଏହା ତ୍ୱଚାର କୌଣସି କ୍ଷତି କରି ନ ଥାଏ। ଜାଣନ୍ତୁ ଏ ସମ୍ପର୍କରେ….

honey

ଲେମ୍ବୁ ଓ ମହୁ ଫେସଓ୍ଵାଶ

ମହୁ ଓ ଲେମ୍ବୁ ତ୍ୱଚା ପାଇଁ ଏକ ଆଣ୍ଟିସେପ୍ଟିକ୍‌ ଏବଂ ମଶ୍ଚରାଇଜର ପରି କାମ କରିଥାଏ। ଏହା ମୃତକୋଷିକାକୁ ଦୂର କରିଥାଏ। ଦୁଇଚାମଚ ମହୁରେ ଏକ ଚାମଚ ଲେମ୍ବୁ ରସକୁ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ପ୍ରଥମେ ହାତ ପାପୁଲିରେ ରଖି ମୁହଁ ଓ ବେକରେ ଲଗାନ୍ତୁ। ଏହା ଶୁଖିଗଲା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ଏହାସହ ପଢ଼ନ୍ତୁ ; ଶରୀରରେ ଉତ୍ପନ୍ନ ହେଉଥିବା ‘ଫ୍ରି ରାଡିକଲ୍ସ’କୁ ରୋକିବ ମୁଗଡାଲି, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା

ଆଲୋଭେରା ଫେସଓ୍ଵାଶ

alovera

ଏକ ପାତ୍ରରେ ଆଲୋଭେରା ଜେଲ୍‌ ନିଅନ୍ତୁ। ଦୁଇ ଚାମଚ (ବଡ଼) ଗୋଲାପ ଜଳ,ଦୁଇ ଚାମଚ (ବଡ଼) ବାଦାମ ତେଲ ଓ ୫-୧୦ ଟୋପା ଲାଭେଣ୍ଡର ତେଲ ସହିତ ଭିଟାମିନ୍‌ ‘ଇ’ କ୍ୟାପ୍‌ସୁଲ୍‌ ମିଶାଇ ଏକ ଏୟାର ଟାଇଟ୍‌ କଣ୍ଟେନରରେ ଭର୍ତ୍ତି କରି ରଖି ଦିଅନ୍ତୁ। ଏହାକୁ ଲଗାଇବାକୁ ହେଲେ ପ୍ରଥମେ ମୁହଁକୁ ଧୋଇ ଦିଅନ୍ତୁ । ଏହାପରେ ଏଥିରୁ ଅଳ୍ପ କିଛି ନେଇ ମୁହଁରେ ହାଲ୍‌କା ମସାଜ୍‌ କରନ୍ତୁ। ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଫେସ୍‌ଓ୍ବାଶ ଲଗାଇବା ପୂର୍ବରୁ କଣ୍ଟେନରକୁ ଭଲଭାବେ ହଲାଇବାକୁ ଭୁଲନ୍ତୁ ନାହିଁ।

ଆପଲ ସାଇଡର ଓ ସିର୍‌କା ଫେସଓ୍ଵାଶ

ଯଦି ଆପଣଙ୍କ ତ୍ୱଚା ସେନ୍‌ସିଟିଭ୍‌ ତେବେ ମୁହଁକୁ ଆପଲ ସାଇଡର ସିର୍‌କା ସହିତ ଧୋଇବାକୁ ଚେଷ୍ଟା କରନ୍ତୁ। ଆପଲ ସାଇଡର ସିର୍‌କା ଓ ପାଣି ୧:୨ ଭାଗରେ ମିଶାନ୍ତୁ। ଏହାକୁ ଭଲଭାବେ ଶେକ୍‌ କରି ଦିଅନ୍ତୁ। ଏବେ ଏହାକୁ ନିଜ ମୁହଁରେ ଲଗାନ୍ତୁ। କଟନ ବଲ କିମ୍ବା ନିଜ ଆଙ୍ଗୁଠି ସାହାଯ୍ୟରେ ଏହାକୁ ବ୍ୟବହାର କରନ୍ତୁ। ମୁହଁକୁ ଏବେ ଶୁଖିବାକୁ ଛାଡି ଦିଅନ୍ତୁ। ଯଦି ଆପଣଙ୍କୁ ଡ୍ରାଏ ଲାଗୁଥାଏ ତେବେ ଆପଣ ମଶ୍ଚରାଇଜର ଲଗାଇପାରିବେ।