ସୁନ୍ଦରଗଡ଼: ଶୋଇଥିବା ବେଳେ ଟେକି ନେଇ କଚାଡିଲା ଦନ୍ତା

ସୁନ୍ଦରଗଡ଼ (କେନ୍ୟୁଜ୍): ହାତୀ ନେଲା ଜୀବନ। ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ସୁନ୍ଦରଗଡ଼ ଉଜ୍ଜଳପୁର ଫରେଷ୍ଟ ରେଂଜ ଦେଓଭବନପୁର ଗାଁର ଧରୋ ବାର୍ଲା। ଗତକାଲି ରାତିରେ ଧରୋ ଘର ବାହାରେ ଶୋଇଥିବାବେଳେ ହାତୀ ତାଙ୍କୁ ଟେକି ନେଇ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ଗତ ୨ ମାସ ହେବ ଏହି ଦନ୍ତାଟି ହାତୀ ପଲରୁ ଅଲଗା ହୋଇ ବଡଗାଁ, କୁତ୍ରା, ବାଲିଶଙ୍କାର ଓ ଉଜ୍ଜଳପୁର ଫରେଷ୍ଟ ରେଞ୍ଜରେ ଆତଙ୍କ ଖେଳାଇଛି। ହାତୀକୁ ଘଉଡାଇବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।