ଦେଖନ୍ତୁ ଏହି ଭିଡିଓ: କାଟ୍ରିନା କୈଫ୍ ଭଳି ଦେଖିବାକୁ ଏହି ଯୁବତୀ, TikTok ରେ କରୁଛନ୍ତି ଧମାଲ୍
ଟିକଟିକ୍ ରେ ଜଣେ ଯୁବତୀ ବହୁତ ଭାଇରାଲ ହେବାରେ ଲାଗିଛନ୍ତି । ତାଙ୍କର ନାଁ ଏଲିନା ରାୟ । ସେ ନିଜର ଟିକଟକ୍ ଭିଡିଓରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ନିଜ ଚେହେରାକୁ ନେଇ ଏଲିନା ଟିକଟକରେ ବହୁତ ପ୍ରଶଂସା ସାଉଁଟୁଛନ୍ତି । ତାଙ୍କର ଟିକଟକ୍ ଏବଂ ଇଷ୍ଟାଗ୍ରାମ୍ ଆକାଉଣ୍ଟରେ ବହୁତ ସାରା କମେଣ୍ଟ ଆସୁଛି ।
ଏହାସହ ପଢନ୍ତୁ:
ଏହି ବଲିଉଡ୍ ଆକ୍ଟ୍ରେସ୍ ବିଚ୍ ନିକଟରେ ଝିଅ ମାନଙ୍କ ସହିତ କଲେ ଯୋଗ, ଭିଡିଓ ସେୟାର କରି କହିଲେ ଚିହ୍ନନ୍ତୁ ମୁଁ କିଏ?
ତାଙ୍କ ଚେହେରାକୁ ବଲିଉଡ୍ ଆକ୍ଟ୍ରେସ୍ କାଟ୍ରିନା କୈଫ୍ଙ୍କ ସହିତ ତୁଳନା କରାଯାଉଛି । ଏଲିନାଙ୍କ ଚେହେରା ପାଖାପାଖି କାଟ୍ରିନାଙ୍କ ସହିତ ମିଶି ଯାଉଥିବାକୁ ସମସ୍ତେ କନଫ୍ୟୁଜ୍ ହୋଇଯାଉଛନ୍ତି କି କାଟ୍ରିନା କିଏ ଏବଂ ଏଲିନା କିଏ? ସୂଚନା ଅନୁଯାୟୀ, ଏଲିନା ମୁମ୍ବାଇର ଏକ ଫ୍ୟାସନ୍ ବ୍ଲଗର୍ । ତାଙ୍କର ଇଷ୍ଟାଗ୍ରାମରେ ୩୦ହଜାରରୁ ଅଧିକ ଫଲୋର୍ସ ଅଛନ୍ତି ।