ଏହି ଘରେ ରହିଥିଲା ଦୁଇଶହ ଆତ୍ମା, ଜାଣିଲା ପରେ ଉଡିଗଲା ମହିଳାଙ୍କ ହୋସ୍‌

ଭୂତପ୍ରେତ କିମ୍ବା ଆତ୍ମାର ପ୍ରକୃତ ଅସ୍ତିତ୍ୱ ରହିଛି କି ନାହିଁ ତାହା ଆଜି ପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ଦୁନିଆରେ ଏପରି କେତେକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି, ଯାହା ମଣିଷ ଚିନ୍ତାଶକ୍ତି ବାହାରେ ରହିଛି। ଆମେ ଆପଣଙ୍କୁ ଏପରି ଏକ କାହାଣୀ ବିଷୟରେ ଜଣାଇବୁ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।

ଜର୍ମାନୀରେ ଏପରି ଏକ ଘଟଣା ଲୋକଙ୍କୁ ଭୟଭୀତ କରିଦେଇଥିଲା। ସେଠିକାର ଏକ ଶୂନଶାନ ଅଞ୍ଚଳରେ ଏକ ଘର ରହିଥିଲା । ଯେଉଁଠିକୁ କିଛିଦିନ ତଳେ ଜଣେ ମହିଳା ତାଙ୍କ ଶିଶୁ ସହିତ ରହିବାକୁ ଯାଇଥିଲେ। ପ୍ରଥମରୁ ସବୁକିଛି ଠିକ୍‌ ରହିଥିବା ବେଳେ ସମୟ ଅତିକ୍ରାନ୍ତ ହେବା ସହ ସେଠାରେ ଅଦ୍ଭୁତ ଘଟଣାମାନ ଦେଖିବାକୁ ମିଳିଥିଲା। ମହିଳା ଜଣଙ୍କ ସେଠାରେ କିଛି ଏଭଳି ଘଟଣାମାନଙ୍କ ଘଟୁଥିବା ବିଷୟରେ ଜାଣିଥିଲେ କିନ୍ତୁ ତାଙ୍କ ପାଖରେ ରହିବା ପାଇଁ ଅନ୍ୟ କିଛି ଉପାୟ ନଥିବାରୁ ସେ ସେହି ଘରେ ରହିବାକୁ ଯାଇଥିଲେ। ପ୍ରଥମେ ମହିଳା ସେହି ଘରେ ଘଟୁଥିବା ଘଟଣାକୁ ଅଣଦେଖା କରିଦେଇଥିଲେ। କିନ୍ତୁ ପରେ ଯାହା ଘଟିଲା, ତାକୁ ଆଉ ସହ୍ୟ କରିପାରିନଥିଲେ।

ଏହାସହ ପଢ଼ନ୍ତୁ ; ପବନରେ ଉଡ଼ୁଥିବାର ନଜର ଆସିଲା ଭୂତ, ଦେଖିଲା ପରେ ଲୋକଙ୍କର ଉଡ଼ିଗଲା ହୋସ୍‌

uii

ପ୍ରତିଦିନ ସେହି ଘରେ ଅଦ୍ଭୁତ ଶବ୍ଦ ସବୁ ଶୁଣିବାକୁ ମିଳୁଥିଲା। ସତରେ ଯେପରି ସେ ଘରେ ଆଉ କେହି ଲୋକ ଚାଲିବା, କଥା ହେବା ଭଳି ଅଦ୍ଭୁତ ଶବ୍ଦ ଶୁଣିବାକୁ ମିଳିଲା। କେବଳ ଏତିକି ନୁହେଁ, ଥରେ ମହିଳାଙ୍କ ଉପରେ ବହୁତ ମାତ୍ରାରେ ମହୁମାଛି ମଧ୍ୟ ଆକ୍ରମଣ କରିଥିଲେ। ଏହାକୁ ନେଇ ମହିଳା ଜଣକ ଭୟଭୀତ ହେବା ପରେ ଜଣେ ପାଦ୍ରୀଙ୍କ ନିକଟକୁ  ଏହି ଘଟଣା ବିଷୟରେ ଜଣାଇବାକୁ ଯାଇଥିଲେ। ସେହି ପାଦ୍ରୀ ଜଣଙ୍କ ମହିଳାଙ୍କ ସଂପୂର୍ଣ୍ଣ କଥା ଶୁଣିବା ପୂର୍ବରୁ ସେ ଘରେ କ’ଣ ହେଉଛି ତାହା ଜାଣିବାକୁ ପାଇଥିଲେ। ପାଦ୍ରୀ ଜଣକ କହିଥିଲେ, ସେହି ଘରେ ଗୋଟେ କିମ୍ବା ଦୁଇଟି ନୁହେଁ ବରଂ ୨୦୦ରୁ ଅଧିକ ଆତ୍ମା ରହୁଛନ୍ତି। ପାଦ୍ରୀଙ୍କର ଏହି କଥା ମହିଳା ଶୁଣିପାରବା ପରେ ବେହୋସ ହୋଇପଡିଥିଲେ। ତା’ ପରେ ତାଙ୍କୁ ହସପିଟାଲ ନିଆଯାଇଥିଲା ଏବଂ ସେ ଏବେ ଅନ୍ୟ ଏକ ଘରେ ରହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.