ପୀପା ପିଗ ଦେଖି ଖୁସିରେ ନାଚୁଥିଲେ ତୈମୁର ଅଲ୍ଲୀ ଖାନ ତ ମମି କରିନା କପୁର କହିଲେ ‘ପିଛେ ଦେଖୋ ପିଛେ’..ଦେଖନ୍ତୁ ଭିଡିଓ

କରିନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଛୋଟେ ନବାବ ତୈମୁର ଅଲ୍ଲୀ ଖାନର ଲୋକପ୍ରିୟତା ଧୀରେ ଧୀରେ ବଢିବାରେ ଲାଗିଛି । ତୈମୁରର ଫଟୋ ଏବଂ ଭିଡିଓ ଦେଖୁ ଦେଖୁ ସୋଡିସିଆଲ ମିଡିଆରେ ଭାଇରଲ ହୋଇଯାଇଥାଏ । ତେବେ ନିକଟରେ ପୁଣିଥରେ ତୈମୁର ଅଲ୍ଲୀ ଖାନ ନିଜର ଏକ ଭିଡିଓ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । କରିନା କପୁରଙ୍କ ସାହେବଜାଦ ପୀପା ପିଗ ଦେଖିବା ପରେ ଏତେ ମାତ୍ରାରେ ଖୁସି ହୋଇଯାଇଥିଲେ ଯେ ସେ ଖୁସୀରେ ଡେଇଁବାକୁ ଲାଗିଥିଲେ ଏବଂ କରିନା କପୁର ତାଙ୍କୁ ‘ପିଛେ ଦେଖୋ ପିଛେ ଦେଖୋ’ ବୋଲି କହୁଥିଲେ ।

 

View this post on Instagram

 

#peppapiglive #TaimurAliKhan #kareenakapoor

A post shared by Taimur Ali Khan❤️Urmi (@taimuralikhanworld) on


ତେବେ ନିକଟରେ ସୋସିଆଲ ମିଡିଆରେ କରିନା କପୁର ଓ ତୈମୁର ଅଲ୍ଲୀ ଖାନଙ୍କ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ତୈମୁର ଅଲ୍ଲୀ ଖାନ ପୀପା ପିଗ ଦେଖି ବହୁତ ଖୁସି ହୋଇଯାଇଥିବା ବେଳେ କରିନା କପୁର ତାଙ୍କୁ ପଛକୁ ଫଟୋଗ୍ରାଫରସଙ୍କୁ ଦେଖିବା ପାଇଁ କହୁଛନ୍ତି । ଯେତେବେଳେ ପିପା ପିଗ ତୈମୁରଙ୍କ ହାତ ଧରୁଛି ସେତେବେଳେ ସେ ଫଟୋଗ୍ରାଫରସଙ୍କ ଆଡକୁ ଦେଖୁଛି । ତୈମୁର ଅଲ୍ଲୀ ଖାନଙ୍କ ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଓ ତା ଉପରେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।

Image result for taimur-ali-khan-started-jumping-to-see-peppa-pig-mummy-kareena-kapoor-said-look-behind

 

ୱାର୍କଫ୍ରଣ୍ଟ କଥା କହିଲେ ନିକଟରେ କରିନା କପୁର ଅକ୍ଷୟ କୁମାରଙ୍କ ସହିତ ‘ଗୁଡ଼ ନ୍ୟୁଜ’ ଫିଲ୍ମରେ ଦେଖିବାକୁ ମିଳିଥିଲେ ଯାହାକି ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ତେବେ ଅତିଶୀଘ୍ର କରିନା ‘ଇଂଲିଶ ମିଡିୟମ’ ଓ ‘ଲାଲ ସିଂ ଚଢା’ ରେ ନଜର ଆସିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.