Below header

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ ଶକ୍ତି, ମୁମ୍ବାଇ ପହଞ୍ଚିଲେ ପରିବାର ଲୋକେ

ଗତବର୍ଷ ଅଗଷ୍ଟରେ ପରଦାକୁ ଆସିଥିବା ଅକ୍ଷୟ କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଜଗନ ଶକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଜଗନଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି। ଡାକ୍ତରମାନେ ଚିକିତ୍ସା ଜାରି ରଖିଛନ୍ତି ଏବଂ ତାଙ୍କ ଉପରେ ନଜର ରଖିଛନ୍ତି। ସେପଟେ ଜଗନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବାରୁ ତାଙ୍କ ପରିବାର ଲୋକେ ମୁମ୍ବାଇ ପହଞ୍ଚିଛନ୍ତି।

mis2

କୁହାଯାଉଛି ଯେ ମୁମ୍ବାଇରେ ଜଗନ ନିଜ ସାଙ୍ଗମାନଙ୍କ ସହିତ ଭେଟି କଥା ହେଉଥିବା ବେଳେ ହଠାତ୍‌ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ଚିକିତ୍ସା କରିବା ପରେ ତାଙ୍କ ବ୍ରେନ୍‌ରେ ରକ୍ତ ଜମାଟ ବାନ୍ଧିଯାଇଥିବା ଜାଣିବାକୁ ପାଇଥିଲେ।

mis3

ଜଗନ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ନିର୍ଦ୍ଦେଶକ ରୂପରେ ଡେବ୍ୟୁ କରିଥିଲେ। ଏହା ପୂର୍ବରୁ ସେ ଜଣାଶୁଣା ନିର୍ଦ୍ଦେଶକ ଆର୍‌. ବାଲ୍କୀଙ୍କ ସହିତ ‘ଚିନି କମ୍‌’ ସମେତ କେତେକ ଫିଲ୍ମରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ରୂପେ କାମ କରିଥିଲେ।

mis5

କହି ରଖୁଛୁ, ‘ମିଶନ ମଙ୍ଗଲ’ ପରେ ଜଗନ ଏବେ ଅକ୍ଷୟ କୁମାରଙ୍କ ସହିତ ଆଉ ଏକ ଫିଲ୍ମ ଉପରେ କଥାବାର୍ତ୍ତା ଚଳାଇଛନ୍ତି, ଯାହାକି ୨୦୧୪ର ସୁପରହିଟ୍‌ ତାମିଲ ଫିଲ୍ମ ‘କତ୍ତି’ର ରିମେକ୍‌ ହେବ। ହିନ୍ଦୀରେ ଏହି ଫିଲ୍ମର ନାଁ ‘ଇକ୍କା’ ରଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.