ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟାଙ୍କୁ କରିବେ ବିବାହ, ତାରିଖ ଘୋଷଣା ଖୁବ୍‌ଶୀଘ୍ର

ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲ ଖୁବ୍‌ଶୀଘ୍ର ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟାଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିଷ୍ଣୁ ନିଜର ଆଗାମୀ ଫିଲ୍ମ ‘ଅରଣ୍ୟା’ର ପ୍ରି-ରିଲିଜ୍‌ ଇଭେଣ୍ଟରେ ଯୋଗଦେଇ ଏହା କହିଛନ୍ତି। ଗତବର୍ଷ ଏହି କପଲ୍‌ ନିଜର ନିର୍ବନ୍ଧ କରାଇ ଖୁସି ଖବର ଫ୍ୟାନ୍‌ମାନଙ୍କ ସହିତ ଶେୟାର କରିଥିଲେ। ଗଣମାଧ୍ୟମ ସାମ୍ନାରେ ବିଷ୍ଣୁ କହିଛନ୍ତି କି, ବିବାହକୁ ନେଇ ମୁଁ ବହୁତ ଖୁସି ଏବଂ ଉତ୍ସାହିତ ଅଛି। ଖୁବ୍‌ଶୀଘ୍ର ବିବାହ ତାରିଖ ଘୋଷଣା କରିଦେବି’।

ବିଷ୍ଣୁ ଆହୁରି କହିଥିଲେ ଯେ ଫିଲ୍ମ ଅରଣ୍ୟାର ଶୁଟିଂ ସମୟରେ ଜ୍ୱାଲା ସବୁବେଳେ ତାଙ୍କ ପାଖରେ ରହୁଥିଲେ। ଏଥିପାଇଁ ସେ ତାଙ୍କୁ ମଧ୍ୟ ଖାସ୍‌ ଧନ୍ୟବାଦ ଜଣାଇଛନ୍ତି। କହି ରଖୁଛୁ, ବିଷ୍ଣୁ ଓ ଜ୍ୱଲା କିଛି ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏହି ଯୋଡ଼ି ପ୍ରାୟତଃ ନିଜ ସୋସିଆଲ ମିଡିଆ ପେଜ୍‌ରେ ପରସ୍ପରର ଫଟୋ ଶେୟାର କରିଥାଆନ୍ତି।

ବିଷ୍ଣୁ ବିଶାଲ ପ୍ରଥମେ ରଜନୀଙ୍କୁ ବିବାହ କରିଥିଲେ। କିନ୍ତୁ ମତଭେଦ ଯୋଗୁ ୨୦୧୮ରେ ସେମାନଙ୍କ ଛାଡ଼ପତ୍ର ହୋଇଥିଲା। ଦମ୍ପତିଙ୍କର ଆର୍ଯ୍ୟନ୍‌ ନାମକ ଏକ ପୁଅ ଅଛି। ସେହିପରି ଜ୍ୱାଲାଙ୍କ ବିବାହ ଚେତନ ଆନନ୍ଦଙ୍କ ସହିତ ହୋଇଥିଲା। କିନ୍ତୁ ୨୦୧୧ରେ ଉଭୟ ପରସ୍ପରଠୁ ଅଲଗା ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.