ବଙ୍ଗଳା ସିନେମାର ଜଣାଶୁଣା ଅଭିନେତା ତଥା ତୃଣମୂଳ କଂଗ୍ରେସ ପୂର୍ବତନ ବିଧାୟକ ତାପସ ପାଲଙ୍କ ପରଲୋକ
ମୁମ୍ବାଇ: ବଙ୍ଗଳା ସିନେମାର ଜଣାଶୁଣା ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇରେ ଥିବା ନିଜ ଝିଅ ଘରୁ କୋଲକାତା ଫେରିବା ବେଳେ ମୁମ୍ବାଇ ବିମାନବନ୍ଦରରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ଏହା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାପସ ବଙ୍ଗଳା ସିନେମା ସହିତ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ନାୟିକା ଭାବେ ମାଧୁରୀ ଦୀକ୍ଷିତଙ୍କ ପ୍ରଥମ ଚଳଚ୍ଚିତ୍ର ‘ଅବୋଧ’ରେ ତାପସ ନାୟକ ଥିଲେ ।
The loss of Tapas Paul who was one of the very first actors, I have worked with is felt by many. May God bless and comfort his family during this difficult period 🙏
— Madhuri Dixit Nene (@MadhuriDixit) February 18, 2020
୧୩ ମାସ ଝାରପଡ଼ା ଜେଲ୍ରେ ଥିଲେ
ତେବେ ବଙ୍ଗଳାରେ ଅନେକ ହିଟ୍ ଫିଲ୍ମ ଦେଇଥିବା ତାପସ ପରବର୍ତ୍ତୀ ସମୟରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇ ବିଧାୟକ ହୋଇଥିଲେ । ତେବେ ରୋଜଭ୍ୟାଲୀ ଚିଟ୍ଫଣ୍ଡ ମାମଲାରେ ତାଙ୍କର ସଂପୃକ୍ତି ତାଙ୍କ ମର୍ଯ୍ୟାଦା ହାନି କରିଥିଲା । ଏମିତିକି ସେ ୧୩ ମାସ ପାଇଁ ଜେଲ୍ ଭୋଗିଥିଲେ । ଗିରଫ ହେବା ପରେ ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲ୍ରେ ରଖା ଯାଇଥିଲା ।