Below header

ପ୍ରାଚୀ ତଟରେ ଥିବା ପ୍ରାଚୀନ ଐତିହ୍ୟ ସଂସ୍କୃତିକୁ ଉଦଜୀବିତ ପାଇଁ ଲକ୍ଷ୍ୟ, ୧୪୦ କିଲୋମିଟର ବ୍ୟାପୀ ଆଧ୍ୟାତ୍ମିକ ପଦଯାତ୍ରା ଆରମ୍ଭ

କଟକ : ଆରମ୍ଭ ହୋଇଛି ପ୍ରାଚୀ ପରିକ୍ରମା ପଦଯାତ୍ରା । ପ୍ରଜ୍ଞାନନ୍ଦ ମହାରାଜଙ୍କ ନେତୃତ୍ୱରେ ଏହି ଆଧ୍ୟାତ୍ମିକ ପଦଯାତ୍ରା ବାହାରିଛି । କଟକ କଳିଆଘାଇ ନିକଟ ଅନ୍ଧକପିଳେଶ୍ୱର ପୀଠରୁ ଆରମ୍ଭ ହୋଇ ଅସ୍ତରଙ୍ଗ ବ୍ଲକର ପ୍ରାଚୀ ନଦୀର ସଙ୍ଗମ ସ୍ଥଳରେ ଏହା ଉଦଯାପିତ ହେବ । ଦୀର୍ଘ ୧୪୦ କିଲୋମିଟର ବ୍ୟାପୀ ଏହି ପଦଯାତ୍ରା କରିକ୍ରମା କରିବ । ପ୍ରାଚୀ ତଟରେ ଥିବା ପ୍ରାଚୀନ ଐତିହ୍ୟ ସଂସ୍କୃତି ସହ ପ୍ରାଚୀ କୂଳରେ ଥିବା ଧାର୍ମିକ ପରମ୍ପରାକୁ ଉଦଜୀବିତ କରିବା ଏହାର ମୂଳ ଲକ୍ଷ୍ୟ । ୧୧ଟି ଧାର୍ମିକ ପୀଠରେ ଆଳତି କରାଯାଇଥିଲା । ହରିବୋଲ ହୁଳହୁଳି ସହ ଭଜନ କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ପରିବେଶ । ସାଧୁ ସଂଥଙ୍କ ସହ ଶତାଧିକ ବିଦେଶୀ ଭକ୍ତ ଆଳତିରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.