ଏମାନେ ହେଉଛନ୍ତି ‘ଇଣ୍ଡିଆନ ଆଇଡଲ୍‌ ୧୧’ ର ଟପ୍‌ ୫ ପ୍ରତିଯୋଗୀ, ଜଲଦି ଘୋଷଣା ହେବ ବିଜେତାଙ୍କ ନାମ

ଦେଶର ଯୁବ ଗାୟକ ଏବଂ ଗାୟୀକାଙ୍କ ପରିଚୟ ଦେବା ଭଳି ସିଂଗିଂଗ ଟେଲିଭିଜନ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌’ ର ୧୧ତମ ସିଜିନ୍‌ ଲବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ନେଇ ଫାଇନାଲରେ କିଏ ବିଜେତା ହେବ ଏନେଇ ଦର୍ଶକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇସାରିଛି।

iidସୂଚନା ମୁତାବକ ଚଳିତ ସିଜିନ୍‌ ରେ ଇଣ୍ଡିଆନ ଆଇଡଲର ଶୀର୍ଷ ପ୍ରତିଯୋଗୀ ସିଜିନ୍‌ ୧୧ର ଟ୍ରଫି ପାଇଁ ପ୍ରତିଯୋଗୀତାର ସାମ୍ନା କରିବେ। ଏହି ୫ଜଣ ପ୍ରତିଯୋଗୀ ହେଉଛନ୍ତି ଭଟିଣ୍ଡାରୁ ଆସିଥିବା ସନ୍ନି ହିନ୍ଦୁସ୍ଥାନୀ, ଲାଟୁରରୁ ଆସିଥିବା ରୋହିତ ରାଉତ, କୋଲକାତାର ଅଙ୍କୋନା ମୁଖାର୍ଜୀ, ପଞ୍ଜାବର ରିଦ୍ଧମ କଲ୍ୟାଣ ଏବଂ ଇଣ୍ଡିଆନ ଆଇଡଲ ୧୧ ର ବାବୁଜୀ କୋଲକାତାରୁ ଅଦ୍ରିଜ୍‌ ଘୋଷ।

Indian-Idolସୂଚନା ମୁତାବକ ବର୍ତ୍ତମାନ ଏହି ପ୍ରତିଯୋଗୀମାନଙ୍କ ଯାତ୍ରା ବାକି ରହିଛି। କିନ୍ତୁ ପୂର୍ବରୁ ଏହି ପ୍ରତିଯୋଗୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇସାରିଛି। ଏହି ପ୍ରତିଯୋଗୀଙ୍କ ଗୀତରେ ବିଚାରକ ମନ୍ତ୍ରମୁଗ୍ଧ ହୋଇ ମହାନ କଳାକାରଙ୍କ ସହ କାମ କରିବା ପାଇଁ ଅଫର୍‌ କରିଛନ୍ତି। ବିଚାରକ ହିମେଶ ରେସମିୟା ସର୍ବପ୍ରଥମେ ଏହି ପ୍ରତିଯୋଗୀଙ୍କୁ ମହାନ କଳାକାରଙ୍କ ସହ କାମ କରିବା ପାଇଁ ଅଫର୍‌ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.