ଫିଲ୍ମ ବ୍ୟତୀତ ରେଷ୍ଟୁରାଣ୍ଟ ବି ଚଳାନ୍ତି ଫିଲ୍ମ ଜଗତର ଏହି ତାରକାମାନେ

ବଲିଉଡ୍‌ର ଏମିତି କିଛି ତାରକା ଅଛନ୍ତି ଯେଉଁମାନେ କେବଳ ଫିଲ୍ମ ଭରଷାରେ ରହି ନାହାଁନ୍ତି । ଫିଲ୍ମ ବ୍ୟତୀତ ଏହି ତାରକାମାନଙ୍କର ମଧ୍ୟ ରହିଛି ରେଷ୍ଟୁରାଣ୍ଟ । ଆସନ୍ତୁ ଜାଣିବା କେଉଁ ଷ୍ଟାରମାନଙ୍କର କେଉଁଠି ରହିଛି ରେଷ୍ଟୁରାଣ୍ଟ ।

କଙ୍ଗନା ରାଣାଓ୍ଵତ

କଙ୍ଗନା ତାଙ୍କର ଏକ ରେଷ୍ଟୁରାଣ୍ଟ ଖୋଲିବା ନେଇ ନିଜେ ସୋସିଆଲ୍‌ ମିଡିଆରେ ଖବର ଦେଇଥିଲେ । କଙ୍ଗନା ମନାଲିରେ ନିଜର ଏକ କେଫ୍‌ ଓ ରେଷ୍ଟୁରାଣ୍ଟ ତିଆରି କରୁଥିବା ଜଣାଯାଇଛି ।

kangana
photo cfredit: punjabkesari.in

ଶିଳ୍ପା ସେଟ୍ଟି

ଶିଳ୍ପା ସେଟ୍ଟି ଫିଲ୍ମରୁ ଦୂରତ୍ୱ ବଢ଼ାଇ ଦେଇଥିବା ବେଳେ ଏବେ ରେଷ୍ଟୁରାଣ୍ଟ, ସ୍ପା ଓ ବାର୍‌ ବ୍ୟବସାୟରେ ସମୟ ଦେଉଛନ୍ତି । କିଛି ଦିନ ତଳେ ଶିଳ୍ପା ମୁମ୍ବାଇର ଓ୍ଵର୍ଲି ରେ ବୋଷ୍ଟିୟନ୍‌ ଚେନ୍‌ ନାମରେ ଏକ ନୂଆ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି । ଏହି ସବୁ ବ୍ୟବସାୟରୁ ଶିଳ୍ପାଙ୍କର କୋଟି କୋଟି ଟଙ୍କା ରୋଜଗାର ହେଉଛି ।

ଜୈକ୍‌ଲିନ୍‌ ଫର୍ଣ୍ଣାଡିସ୍‌

ଜୈକ୍‌ଲିନ୍‌ ଫର୍ଣ୍ଣାଡିସ୍‌ ଶ୍ରୀଲଙ୍କା କଲମ୍ବୋ ଠାରେ ନିଜର ଏକ ରେଷ୍ଟୁରାଣ୍ଟ ଆରମ୍ଭ କରିଛନ୍ତି । ଯାହାର ନାମ ରଖିଛନ୍ତି କାମସୂତ୍ର । ଜୈକଲିନ୍‌ ଙ୍କ ଏହି ରେଷ୍ଟୁରାଣ୍ଟରେ ଶ୍ରୀଲଙ୍କାର ସବୁ ପସନ୍ଦୀୟ ଖାଦ୍ୟ ମିଳିଥାଏ ।

jaquline
photo cfredit: punjabkesari.in

ବବି ଦେଓଲ୍‌

ବବି ଦେଓଲ୍‌ଙ୍କ ଗୋଟିଏ କିମ୍ବା ଦୁଇଟି ନୁହେଁ ୩ଟି ରେଷ୍ଟୁରାଣ୍ଟ ଚାଲୁଛି । ବବିଙ୍କର ଏକ ହୋଟେଲ୍‌ ‘ସମ୍‌ପ୍ଲେସ୍‌ ଐଲ୍ସ’ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ରହିଛି ଯେଉଁଠି ପରିବାର ସହ ସମୟ କାଟିପାରିବେ ।

ସୁସ୍ମିତା ସେନ୍‌

ସୁସ୍ମିତା ଫିଲ୍ମ ସହ ବ୍ୟବସାୟ ମଧ୍ୟ ସମ୍ଭାଳୁଛନ୍ତି । ସୁସ୍ମିତାଙ୍କ ମୁମ୍ବାଇରେ ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି କେବଳ ବଙ୍ଗାଳି ଡିସ୍‌ ମିଳେ । ସୁସ୍ମିତାଙ୍କ ଏହି ରେଷ୍ଟୁରାଣ୍ଟର ନାମ ରହିଛି ଗାଲି ମାଶୀ କିଚେନ୍‌ । ସୁସ୍ମିତାଙ୍କର ଜ୍ୱେଲେରୀ ବ୍ୟବସାୟ ମଧ୍ୟ ରହିଛି ।

asha
photo cfredit: punjabkesari.in

ଆଶା ଭୋସଲେ

ଆଶାଜୀ ଗାଇବା ସହ ରେଷ୍ଟୁରାଣ୍ଟ ମଧ୍ୟ ଚଳାନ୍ତି । ଭାରତ ଛଡ଼ା ଦୁବାଇ, କୁଏତ, ୟୁକେ ଏବଂ ବମିଂଘମ୍‌ ରେ ତାଙ୍କର ମଧ୍ୟ ରେଷ୍ଟୁରାଣ୍ଟ ରହିଛି ।

ସୁନୀଲ୍‌ ସେଟ୍ଟୀ

ମୁମ୍ବାଇରେ ଥିବା ‘ମିସିଚିଫ୍‌ ରେଷ୍ଟୁରାଣ୍ଟ’ ଓ ‘ବାର୍‌ H 20 ର ମାଲିକ ହେଉଛନ୍ତି ସୁନୀଲ ସେଟ୍ଟୀ । ଏହାଛଡ଼ା ସେ ଭାରତରେ କେତେକ ଜିମ୍‌ ମଧ୍ୟ ଖୋଲିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.