ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ: ଘରୋଇ ହସ୍ପିଟାଲରେ ଟିକା ନେଲେ ଡୋଜ୍‌ ପ୍ରତି ୨୫୦, ସରକାରୀ ସେଣ୍ଟରରେ ମାଗଣା

କେନ୍ୟୁଜ୍(ବ୍ୟୁରୋ): ଦିନକ ପରେ ଦେଶରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ୬୦ ବର୍ଷରୁ ଅଧିକ ଓ ଜଟିଳ ରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ସରକାରୀ ସେଣ୍ଟରରେ ଟିକା ମାଗଣା । ଘରୋଇ ହସ୍ପିଟାଲରେ ଟିକା ନେଲେ ଡୋଜ୍‌ ପ୍ରତି ୨୫୦ ଟଙ୍କା ଦୋବକୁ ପଡ଼ିବ । ଦୁଇଟି ଡୋଜକୁ ପଡ଼ିବ ପାଞ୍ଚ ଶହ ଟଙ୍କା । ଏଥିରେ ଶହେ ଟଙ୍କା ସର୍ଭିସ ଚାର୍ଜ ଲାଗିବ । ସେରମ୍‌ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡ ଟିକା ଡୋଜ୍‌ ପ୍ରତି ୨୦୦ ଟଙ୍କାରେ କିଣୁଛନ୍ତି ଭାରତ ସରକାର ।

କୋଭାକ୍ସିନ୍‌ ଦର ରହିଛି ଡୋଜ୍‌ ପ୍ରତି ୨୯୫ ଟଙ୍କା । ଏବେ କେନ୍ଦ୍ର ସରକାର ଘରୋଇ ହସ୍ପିଟାଲରେ ଟିକାର ଦର ନିର୍ଦ୍ଧାରଣ କରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏପର୍ଯ୍ୟନ୍ତ ଦେଶର ୭୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୭୦ ପ୍ରତିଶତ ଦ୍ୱିତୀୟ ଡୋଜ୍‌ ନେଇଥିବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.