ଅନୁଷ୍କା ଶର୍ମାଙ୍କ ଭାଉଜ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ! ଭାଇ କର୍ନେଶ ଶର୍ମାଙ୍କ ସହ ସେୟାର କଲେ ରୋମାଣ୍ଟିକ୍‌ ଫଟୋ

ବଲିଉଡ୍‌ ଅଭିନେତ୍ରୀ ତୃପ୍ତି ଡିମରୀ ନିଜ ରିଲେସନଶିପ୍‌ ଷ୍ଟାଟସ୍‌କୁ ନେଇ ଏବେ ଚର୍ଚ୍ଚାରେ। ରିପୋର୍ଟ ଅନୁସାରେ, ତୃପ୍ତି, ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭାଇକୁ ଡେଟ୍‌ କରୁଛନ୍ତି। ତୃପ୍ତି ଯେବେଠାରୁ ଅନୁଷ୍କା ଶର୍ମାଙ୍କ ଭାଇ ତଥା ପ୍ରଡ୍ୟୁସର କର୍ନେଶ ଶର୍ମାଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କରିଛନ୍ତି, ସେବେଠାରୁ ଉଭୟଙ୍କ ଆଫେୟାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ତୃପ୍ତି ଡିମରୀ ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭାଇ କର୍ନେଶ ଶର୍ମାଙ୍କ ସହ ରୋମାଣ୍ଟିକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଫଟୋଟିକୁ ପ୍ରଥମେ କର୍ନେଶ ଶର୍ମାଙ୍କ ପ୍ରଡକ୍ସନ ହାଉସ୍‌ର ଆସୋସିଏଟ୍‌ ପ୍ରଡ୍ୟୁସର ସେୟାର କରିଥିଲେ, ଯାହାକୁ ତୃପ୍ତି ହାର୍ଟ ଇମୋଜି ସହ ରି-ସେୟାର କରିଛନ୍ତି। ଫଟୋରେ ତୃପ୍ତି ଓ କର୍ନେଶ ପରସ୍ପରକୁ ପ୍ରେମଭରା ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି।

anu2
photo: aajtak

କୁହାଯାଉଛି ଯେ ଏହି ଫଟୋକୁ ସେୟାର କରି ତୃପ୍ତି, କର୍ନେଶଙ୍କ ସହ ନିଜର ସମ୍ପର୍କକୁ କନ୍‌ଫର୍ମ କରି ଦେଇଛନ୍ତି। କପଲ୍‌ଙ୍କ ଯୋଡ଼ି ଫ୍ୟାନ୍‌ମାନଙ୍କୁ ବହୁତ ପସନ୍ଦ ଆସୁଛି। ସେପଟେ ତୃପ୍ତିଙ୍କ ବିଷୟରେ କଥା ହେବା ତ, ସେ ନିଜ ଫିଲ୍ମ ‘କଳା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ତାଙ୍କ ଚରିତ୍ର ଏବଂ ଅଭିନୟକୁ ବେଶ୍‌ ପ୍ରଶଂସା ମିଳିଛି। ଫିଲ୍ମକୁ କର୍ନେଶଙ୍କ ପ୍ରଡକ୍ସନ କମ୍ପାନୀ ହିଁ ପ୍ରଯୋଜନା କରିଥିଲା। ତୃପ୍ତି ନେଟ୍‌ଫ୍ଲିକ୍ସର ଫିଲ୍ମ ‘ବୁଲ୍‌ବୁଲ୍‌’ରେ ମଧ୍ୟ ଦେଖାଯାଇଥିଲେ। ତାଙ୍କର ଏହି ଫିଲ୍ମକୁ ବି କର୍ନେଶ ଶର୍ମାଙ୍କ ବ୍ୟାନର ନିର୍ମାଣ କରିଥିଲା।

କହି ରଖୁଛୁ, ‘କଳା’ ଫିଲ୍ମର ସୁଟିଂ ସମୟରେ ହିଁ ଉଭୟଙ୍କ ମଧ୍ୟରେ ଆଫେୟାରର ଖବର ଆସିଥିଲା। ଏବେ କର୍ନେଶଙ୍କ ଶର୍ମାଙ୍କ ସହ ତୃପ୍ତି ଡିମରୀଙ୍କ ରୋମାଣ୍ଟିକ ଫଟୋ ଉଭୟଙ୍କ ରିଲେସନଶିପ୍‌କୁ ଏକପ୍ରକାର କନ୍‌ଫର୍ମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.