ନାବାଳିକା ସମୟରୁ ହିଁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ ଏଥିରେ କାହା କାହା ନାଁ ଅଛି ସାମିଲ୍

ଯେତେବେଳେ ଜଣେ ଝିଅ ମାଁ ହୋଇଥାଏ ସେତେବେଳେ ତାଙ୍କୁ ଦୁନିଆର ସବୁଠାରୁ ବଡ ଖୁସି ମିଳିଥାଏ। କିନ୍ତୁ ସେହି ବ୍ଯକ୍ତି ଯେତେବେଳେ ବିବାହ ପୂର୍ବରୁ ଗର୍ଭବତୀ ହୋଇଥାନ୍ତି ତେବେ ଏହି ସୁଖ ଅଭିଶାପରେ ପରିବର୍ତ୍ତିତ ହୋଇଯାଇଥାଏ। କାରଣ ଆଜି ବି କିଛି ଲୋକ ପୁରୁଣା ସ୍ମୃତିକୁ ନେଇ ବଞ୍ଚୁଛନ୍ତି। ସେମାନଙ୍କ ଅନୁସାରେ ବିବାହ ପୂର୍ବରୁ ମାଁ ହେବା ପାପ। ସାଧାରଣ ଜୀବନଶୈଳରେ ଏହା ବହୁତ କମ ଦେଖିବାକୁ ମିଳିଥାଏ କିନ୍ତୁ ବହୁ ପୁରାତନ ଯୁଗରୁ ଚାଲିଆସୁଥିବା ଏହି ପ୍ରଥାକୁ ଅନେକ ବଲିଉଡ୍ ଅଭିନେତ୍ରୀ ଭାଙ୍ଗିଛନ୍ତି। ଆଜି ଆମେ ଆପଣଙ୍କୁ ସେହି କଳାକାରମାନଙ୍କ ଭିତରୁ କିଛି ଅଭିନେତ୍ରୀଙ୍କ ବିଷୟରେ ଜଣାଇବୁ, ଯିଏ ବିବାହ ପୂର୍ବରୁ ମାଁ ହେବା ପାଇଁ ସ୍ଥିର କରିଥିଲେ। ତେବେ ଆସନ୍ତୁ ଜାଣିବା ସେମାନେ କିଏ?

mother2ଅଭିନେତ୍ରୀ ଭାଗ୍ଯଶ୍ରୀ ୯୦ଦଶକ ବଲିଉଡର ବହୁତ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ଯରୁ ଜଣେ। ଭାଗ୍ଯଶ୍ରୀ ବଲିଉଡର ଅନେକ ସୁପରଷ୍ଟାର୍ ସଲମାନ୍ ଖାନ୍ ଏବଂ ଅକ୍ଷୟ କୁମାରଙ୍କ ସହ ମଧ୍ଯ କାମ କରିଛନ୍ତି। ସୂଚନା ଅନୁଯାୟୀ ଫିଲ୍ମ ‘ମେନେ ପ୍ଯାର କିୟା’ ରେ ନିଜର ଅଭିନୟରେ ଲୋକଙ୍କ ମନ କିଣିଥିବା ଭାଗ୍ଯଶ୍ରୀ ୧୭ ବର୍ଷ ବୟସରେ ମାଁ ହୋଇଥିଲେ।

୧୯୯୦ ମସିହାରେ ଭାଗ୍ଯଶ୍ରୀ ହିମାଳୟ ଦାସାନୀଙ୍କୁ ବିବାହ କରିଥିଲେ ଏବଂ ୧୭ ବର୍ଷ ବୟସରେ ସେ ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ। ଆଜି ଭାଗ୍ଯଶ୍ରୀଙ୍କର ୨ଟି ସନ୍ତାନ। ୨୩ ବର୍ଷର ପୁଅ ଅଭିମନ୍ଯୁ ଏବଂ ୨୧ ବର୍ଷର ଝିଅ ଅବନ୍ତିକା।

mother4ଉର୍ବସୀ ଢୋଲକିୟା ଛୋଟ ପରଦାର ମଧ୍ଯ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ଯରୁ ଜଣେ। ‘କସୋଟି ଜିନ୍ଦେଗୀ କି’ ର କାମୋଲଇକା ଚରିତ୍ରରେ ଆଜି ମଧ୍ଯ ତାଙ୍କୁ ମନେ ପକାଇଥାନ୍ତି ଦର୍ଶକ। ଏଥିସହ ସେ ବିଗବସ୍-୬ର ବିଜେତା ମଧ୍ଯ ହୋଇଥିଲେ।

ମାତ୍ର ୧୫ ବର୍ଷ ବୟସରେ ଉର୍ବସୀ ଢୋଲକିୟାଙ୍କ ବିବାହ ହୋଇଥିଲା ଏବଂ ସେ ୧୬ ବର୍ଷ ବୟସରେ ଯାଆଁଳା ସନ୍ତାନ ସାଗର ଏବଂ କ୍ଷିତିଜ୍ ଙ୍କ ମାଁ ହୋଇଥିଲେ। ସୂଚନା ଅନୁଯାୟୀ ବିବାହର ଦେଢ ବର୍ଷ ପରେ ସେ ପତିଙ୍କ ଠାରୁ ଅଲଗା ହୋଇଯାଇଥିଲେ, ଯାହାପରେ ସେ ଏକୁଟିଆ ହିଁ ଦୁଇ ପିଲାଙ୍କୁ ବଡ କରିଛନ୍ତି।

mother5ସେହିଭଳି ଡିମ୍ପଲ କପାଡିୟା ହଟ୍ ଅଭିନେତ୍ରୀମାନଙ୍କ ମଧ୍ଯରୁ ଜଣେ। ରାଜ କପୁରଙ୍କ ଦ୍ବାରା ୧୬ ବର୍ଷ ବୟସରେ ତାଙ୍କୁ ଫିଲ୍ମ ଜଗତରେ ଅଭିନୟ କରିବା ପାଇଁ ନିଆଯାଇଥିଲା। ସେ ତାଙ୍କର ପ୍ରଥମ ଫିଲ୍ମ ‘ବବି’ ରେ ଅଭିନୟ କରି ସମସ୍ତଙ୍କୁ ନିଜର ଦିୱାନା କରିଥିଲେ।

ଡିମ୍ପଲ କପାଡିୟାଙ୍କୁ ଅଭିନେତା ରାଜେଶ ଖାନ୍ନାଙ୍କ ସହ ସୁଟିଂ ସମୟରେ ପ୍ଯାର୍ ହୋଇଥିଲା। ଯାହାପରେ ସେ ୧୯୭୩ ମସିହାରେ ରାଜେଶ ଖାନ୍ନାଙ୍କୁ ବିବାହ କରିଥିଲେ। ସେହି ସମୟରେ ଡିମ୍ପଲ ୧୬ ବର୍ଷର ହୋଇଥିଲେ। ୧୯୭୩ ମସିହା ମାର୍ଚ୍ଚ ମାସରେ ରାଜେଶ ଖାନ୍ନାଙ୍କ ସହ ଡିମ୍ପଲଙ୍କର ବିବାହ ହୋଇଥିବା ବେଳେ ସେ ୨୯ ଡିସେମ୍ବର ୧୯୭୩ ମସିହାରେ ଝିଅ ଟ୍ବିଙ୍କିଲ୍ ଖାନ୍ନାଙ୍କୁ ଜନ୍ମ ଦେଇଥିଲେ। ପରେ ଉଭୟଙ୍କ ମଧ୍ଯରେ ମନୋମାଳିନ ଯୋଗୁ ଛାଡପତ୍ର ହୋଇଯାଇଥିଲା। ଯାହାପରେ ଡିମ୍ପଲ ଏକୁଟିଆ ଦୁଇ ଝିଅଙ୍କୁ ଲାଳନ-ପାଳନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.