ବିଜୟ ଦେବରକୋଣ୍ଡା ଜଣାଇଦେଲେ କିଏ ତାଙ୍କ ହୃଦୟର ରାଣୀ! ରଶ୍ମିକା ମନ୍ଦାନା ନୁହେଁ, ବରଂ ଛାଡ଼ପତ୍ର ପାଇଥିବା ଏହି ଅଭିନେତ୍ରୀ

ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା। ପୂରା ଦେଶରେ ତାଙ୍କର ଅଜସ୍ର ଫ୍ୟାନ୍‌ ଫଲୋଇଙ୍ଗ୍‌ ରହିଛନ୍ତି। ତାଙ୍କୁ ନେଇ ଯୁବତୀମାନଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ୍‌ ଦେଖିବାକୁ ମିଳେ। ତେବେ ସେ ଯାହା ହେଉ, ନିକଟରେ ଏହି ଅଭିନେତା ଏମିତି ଜଣେ ଯୁବତୀଙ୍କ ନାମ ଖୁଲାସା କରିଛନ୍ତି, ଯାହାକୁ ସେ ଭଲ ପାଉଥିଲେ। ଏକ ଇଣ୍ଟରଭ୍ୟୁରେ ବିଜୟ କହିଛନ୍ତି କି, ସେ ନିଜ କଲେଜ ସମୟରେ ସାମନ୍ଥା ରୁଥ୍‌ ପ୍ରଭୁଙ୍କୁ ଭଲ ପାଉଥିଲେ। ଆପଣଙ୍କୁ କହି ରଖୁଛୁ, ନିକଟରେ ବିଜୟ ସାମନ୍ଥାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଯଶୋଦା’ର ଟ୍ରେଲର ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସେୟାର କରିଛନ୍ତି। ଏହି ଫିଲ୍ମରେ ସାମନ୍ଥା ଜଣେ ସରୋଗେଟ୍‌ ମା’ର ଭୂମିକା ନିଭାଉଛନ୍ତି।

ଯଶୋଦାର ଟ୍ରେଲରକୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରି ବିଜୟ ଦେବରକୋଣ୍ଡା ଲେଖିଛନ୍ତି, ‘ଯେବେ ମୁଁ କଲେଜରେ ପାଠ ପଢ଼ୁଥିଲି, ମୋତେ ତାଙ୍କୁ ପ୍ରେମ ହୋଇ ଯାଇଥିଲା ଏବଂ ମୁଁ ତାଙ୍କୁ ପ୍ରଥମ ଥର ବଡ଼ ପରଦାରେ ଦେଖିଥିଲି। ସେହି ଦିନ ମୋର ମନେ ଅଛି। ଆଜି ମୁଁ ପ୍ରତ୍ୟେକ ଜିନିଷ ପାଇଁ ତାଙ୍କର ପ୍ରଶଂସା କରୁଛି ଏବଂ ତାଙ୍କୁ ପୂଜା କରୁଛି। ଆପଣ ସମସ୍ତଙ୍କ ସହିତ ସାମନ୍ଥା ପ୍ରଭୁଙ୍କ ନୂଆ ଫିଲ୍ମ ଯଶୋଦାର ଟ୍ରେଲର ସେୟାର କରି ବହୁତ ଖୁସି ଲାଗୁଛି। ସିନେମା ଘରେ ଏହା ୧୧-୧୧-୨୦୨୨ରେ ମୁକ୍ତିଲାଭ କରିବ’। ଏହା ବ୍ୟତୀତ ବିଜୟ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ‘ପୂରା ଟିମ୍‌କୁ ଅନେକ ଶୁଭକାମନା ଏବଂ ନିଜର ଭଲ ପାଇବା ପଠାଉଛି’।

ସାମନ୍ଥା ରୁଥ୍‌ ପ୍ରଭୁଙ୍କ ନୂଆ ଫିଲ୍ମ ‘ଯଶୋଦା’କୁ ହରି ଓ ହରିଶ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ଜଣେ ସରୋଗେଟ୍ ମା’ ଯଶୋଦାଙ୍କ ଜୀବନ ଉପରେ ଆଧାରିତ ରହିଛି। ତାମିଲ ଏବଂ ତେଲୁଗୁରେ ସୁଟିଂ ହୋଇଥିବା ଫିଲ୍ମ ଯଶୋଦାକୁ ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମଧ୍ୟ ଡବ୍‌ ଓ ରିଲିଜ୍‌ କରାଯିବ। କହି ରଖୁଛୁ, ଲୋକମାନଙ୍କୁ ଯଶୋଦାର ଟ୍ରେଲର ବହୁତ ପସନ୍ଦ ଆସୁଛି। ଲୋକେ ଫିଲ୍ମରେ ସାମନ୍ଥାଙ୍କ କାମକୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଏହି ଫିଲ୍ମ ନଭେମ୍ବର ୧୧ରେ ସାରା ବିଶ୍ୱରେ ୫ଟି ଭାଷାରେ ରିଲିଜ୍‌ ହେବ। ଏହା ବ୍ୟତୀତ ସାମନ୍ଥା ଆଗାମୀ ଥର ବିଜୟ ଦେବରକୋଣ୍ଡାଙ୍କ ସହ ଶିବ ନିର୍ବାଣଙ୍କ ରୋମାଣ୍ଟିକ କମେଡି ‘ଖୁସି’ରେ ନଜର ଆସିବେ। ଫିଲ୍ମର ଶୁଟିଂ କାଶ୍ମୀରରେ ହୋଇଛି। ଏହି ଫିଲ୍ମ ୨୩ ଡିସେମ୍ବରରେ ସିନେମାଘରେ ମୁକ୍ତିଲାଭ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.