ଏହି ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ, ସୁଶାନ୍ତଙ୍କ ସହିତ ଏହି ଫିଲ୍ମରେ ଆସିଥିଲେ ନଜର

ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ ଦିଲ୍‌ ବିଚାରା’ର ଅଭିନେତ୍ରୀ ସ୍ୱସ୍ତିକା ମୁଖର୍ଜୀଙ୍କୁ ସୋସିଆଲ ମିଡିଆରେ ଏସିଡ ମାଡ଼ ଏବଂ ଦୁଷ୍କର୍ମ କରିଦେବା ଧମକ ମିଳୁଛି। ଅଭିନେତ୍ରୀ ଏହାକୁ ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମିଛ ଖବର ପ୍ରଚାରିତ କରିବା ପାଇଁ ତାକୁ ଜୀବନରେ ମାରି ଦେବା ଏବଂ ଦୁଷ୍କର୍ମ କରିବା ପାଇଁ ଧମକ ମିଳୁଛି। ଏହାର ସ୍କ୍ରିନସଟ୍‌ ସ୍ୱସ୍ତିକା ସୋସିଆଲ ମିଡିଆ ସାଇଟ୍‌ରେ ସେୟାର କରିଛନ୍ତି।

ସ୍ୱସ୍ତିକା ଲେଖିଛନ୍ତି, ‘ ୨୬ ଜୁନରେ ଫିଲ୍ମ ଦିଲ ବେଚାରା ଆସିବା ପରେ ମୋର କୋ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏକ ମିଛ ମିଡିଆ ରିପୋର୍ଟରେ ତାଙ୍କ ବିଷୟରେ ଲେଖାଯାଇଥିଲା। ଯେଉଁଥିରେ ସ୍ୱସ୍ତିକା ଆତ୍ମହତ୍ୟା କରିବା ଏକ ଫ୍ୟାଶନ ହୋଇଯାଇଛି ବୋଲି ଲେଖାଯାଇଥିଲା। ଏହା ପରେ ହିଁ ତାଙ୍କୁ ଏପରି ଧମକ ମିଳୁଛି ବୋଲି ସ୍ୱସ୍ତିକା କହିଛନ୍ତି। ତାଙ୍କ ବିରୋଧରେ ମିଛ ଖବର ଛପାଇଥିବା ବ୍ୟକ୍ତିଙ୍କୁ କଲିକତା ସାଇବର କ୍ରାଇମ ଡିପାର୍ଟମେଣ୍ଟ ଗିରଫ କରିନେଇଛି।

ଏହାକୁ ନେଇ ସ୍ୱସ୍ତିକା କହିଛନ୍ତି, ମିଛ ଖବର ଛାପିବା ନେଇ ମୋତେ ଏସିଡ ମାଡ ଏବଂ ବଳାତ୍କାର କରିବାର ଧମକ ମିଳୁଛି। ସ୍ୱସ୍ତିକା କଲିକତାର ସାଇବର କ୍ରାଇମ ବିଭାଗକୁ ଏହି ମାମଲାରେ ତାଙ୍କୁ ସାହାଯ୍ୟ କରିଥିବା ପାଇଁ କୃତଜ୍ଞତା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.