ଅନୁଗୁଳ ସୁନଦ ପ୍ରଧାନ ହତ୍ୟା ଘଟଣାର ନୂଆ ମୋଡ: କେବଳ ସ୍ତ୍ରୀ ଓ ଦୁଇ ଝିଅ ନୁହେଁ, ମୋଟ୍ ୮ଜଣଙ୍କୁ ଗିରଫ କଲା ପୋଲିସ୍

ଅନୁଗୁଳ: ଅନୁଗୁଳରେ ସ୍ତ୍ରୀ ଓ ଦୁଇ ଝିଅ ମିଶି ସ୍ବାମୀ ସୁନଦ ପ୍ରଧାନଙ୍କୁ ହତ୍ୟା କରିବା ଘଟଣାର ନୂଆ ମୋଡ। ଘଟଣାରେ କେବଳ ସ୍ତ୍ରୀ ଓ ଦୁଇ ଝିଅ ନୁହନ୍ତି, ବରଂ ମୋଟ୍ ୮ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ବ୍ୟକ୍ତିମାନଙ୍କ ଭିତରେ ସ୍ତ୍ରୀ ଭାରତୀ ପ୍ରଧାନ, ଦୁଇ ଝିଅ, ତାଙ୍କ ବାପା, ଭାଇ, ଭାଇଙ୍କ ଶଳା ଓ ତାଙ୍କ ସାଙ୍ଗମାନେ ଅଛନ୍ତି। ଗତକାଲି ଏମାନଙ୍କୁ ସମଲ ଥାନା ପୁଲିସ୍ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନା ଥାଉକି, ଅନୁଗୁଳ ଜିଲ୍ଲାର ସମଲ  ଥାନା ଅନ୍ତର୍ଗତ ସିଲିଂ ଗାଁରେ ୨ ଝିଅଙ୍କ ସହ ମିଶି ସ୍ବାମୀ ସୁନଦ ପ୍ରଧାନଙ୍କୁ ସ୍ତ୍ରୀ ହତ୍ୟା କରିଥିଲେ। ଅଭିଯୁକ୍ତ ସ୍ତ୍ରୀ ଭାରତୀ ପ୍ରଧାନ, ଝିଅ ବୁନୁ ଓ ଲୁନୁ ଏନେଇ ଥାନାରେ ଆତ୍ମସମର୍ପଣ କରିଥିଲେ । ସ୍ତ୍ରୀ ଭାରତୀ ପ୍ରଧାନ ନିଜେ କେବଳ ଏହି ହତ୍ୟା କରିଥିବା କହୁଥିବା ହେତୁ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଅପରପକ୍ଷରେ ଏନେଇ ମୃତକ ସୁନନ୍ଦଙ୍କର ଭଉଣୀ ଲୋଚନଙ୍କ ଅଭିଯୋଗ କରିଥିଲେ ଯେ ସ୍ତ୍ରୀ ଭାରତୀ ଓ ତାଙ୍କ ଦୁଇ ଝିଅ ପୁରୁଷ ମାନଙ୍କ ସହ ଅନୈତିକ ସଂପର୍କ ରଖୁଥିବାରୁ ଏହାକୁ ବିରୋଧ କରିଆସୁଥିଲେ ସୁନଦ। ତେଣୁ ସେମାନେ ସବୁଦିନ ପାଇଁ ସୁନଦଙ୍କୁ ରାସ୍ତାରୁ ହଟାଇବା ଲାଗି ଗୁଣ୍ଡାମାନଙ୍କ ସହ ମିଶି କାନ୍ଥରେ ତାଙ୍କ ମୁଣ୍ଡକୁ ବାଡ଼େଇ ବାଡ଼େଇ ମାରି ଦେଇଛନ୍ତି। ଏହି ହତ୍ୟାକାଣ୍ଡର ତଦନ୍ତ କରି ଅନ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସମଲ ଥାନା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.