ଫେସ୍‌ ସିଲ୍ଡ ବ୍ୟବହାର କରିବା ପରେ ଏମିତି କରନ୍ତୁ ପରିଷ୍କାର, ନଚେତ୍‌ ଆପଣ ବି ହୋଇପାରନ୍ତି କରୋନାର ଶିକାର

କରୋନା ମହାମାରୀ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି। ଏହି ଭାଇରସ୍‌ ସଂକ୍ରମଣରୁ ମୁକ୍ତି ପାଇବାକୁ ଏବେ ଯାଏଁ କୌଣସି ମେଡିସିନ୍‌ ବାହାରିନାହିଁ। ଏଣୁ ସମସ୍ତେ ନିଜ ନିଜ ସୁରକ୍ଷା ପ୍ରତି ଦୃଷ୍ଟି ହେଉଛନ୍ତି। ଘରୁ ବାହାରିବା ବେଳେ ମୁହଁରେ ମାସ୍କ, ହାତରେ ଗ୍ଲୋବସ୍‌ ପିନ୍ଧିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୁହାଯାଇଛି। ଖାସ୍‌ କରି କରୋନା ନାକ, ଆଖି ଓ ମୁହଁ ବାଟ ଦେଇ ଶରୀର ଭିତରକୁ ପ୍ରବେଶ କରିଥାଏ। ଏଣୁ ଏହି ଅଙ୍ଗକୁ ଘୋଡ଼ାଇ ରଖିବାକୁ କୁହାଯାଉଛି। ଭିଡ଼ ସ୍ଥାନକୁ ଯିବା ବେଳେ ଏନ୍‌୯୫ ମାସ୍କ ପିନ୍ଧିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ଏହା ବ୍ୟତୀତ ଫେସ୍‌ସିଲ୍ଡ ମଧ୍ୟ ବ୍ୟବହାର କରିବାକୁ କୁହାଯାଉଛି। ତେବେ ଫେସ୍‌ସିଲ୍ଡ ବ୍ୟବହାର କରୁଥିଲେ ଏହାକୁ ପରିଷ୍କାର କଲା ବେଳେ କେତେକ ବିଷୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଆସନ୍ତୁ ଜାଣିବା ଫେସ୍‌ସିଲ୍ଡ ଖୋଲିବା ପରେ କେମିତି ସଫା କରିବେ…

Many Hospitals Now Sanitize And Reuse Masks. Workers And ...

-ଫେସ୍‌ସିଲ୍ଡ ଥରେ ପିନ୍ଧିବା ପରେ ନିଶ୍ଚୟ ପରିଷ୍କାର କରନ୍ତୁ। ଏହାକୁ ପରିଷ୍କାର କରିବା ପାଇଁ ନନ୍‌ ବ୍ଲିଚ୍‌ ଓ୍ଵାଇପ୍‌ କିମ୍ବା ଇପିଏ ଦ୍ୱାରା ଆପ୍ରୁଭ ଡିସ୍‌ଇନ୍‌ଫେକସନ୍‌ ବ୍ୟବହାର କରନ୍ତୁ।

-ଏଥିପାଇଁ ହାତରେ ଗ୍ଲୋବସ୍‌ ଲଗାଇ ଓ୍ଵାଇପ୍‌ ନେଇ ପ୍ରଥମେ ଫେସ୍‌ସିଲ୍ଡର ସାମ୍ନା ପଟ ସଫା କରନ୍ତୁ।

-ଏହା ପରେ ଭିତର ପଟ ସଫା କରନ୍ତୁ।

Masks have become the norm. Now is it time for the face shield ...

-ପରେ ଷ୍ଟିପ୍‌ ଓ ଇୟରଲୁପ୍‌କୁ ଭଲ ଭାବେ ସଫା କରନ୍ତୁ।

-ସଫା କରିସାରିବା ପରେ ଏହାକୁ ଖରାରେ ଶୁଖାଇଦିଅନ୍ତୁ।

-ଏବେ ଗ୍ଲୋବ୍‌ସ ଓହ୍ଲାଇ ହାତକୁ ସାବୁନରେ ଭଲ ଭାବେ ସଫା କରିଦିଅନ୍ତୁ।

-ତେବେ ଧ୍ୟାନ ରଖିବେ କେବେ ବି ସିଲ୍ଡକୁ ସାନିଟାଇଜରରେ ସଫା କରିବେ ନାହିଁ। ଏହା ଖରାପ ହୋଇପାରେ।

-ସିଲ୍ଡ ଲଗାଉଥିଲେ ବାରମ୍ବାର ମୁହଁକୁ ଛୁଅଁନ୍ତୁ ନାହିଁ। କରୋନା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.