ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ‘ମିଶନ ବର୍ଡର’ ଗସ୍ତର ଆଜି ଦ୍ୱିତୀୟ ଦିନ, ଏଲଓସିରେ କରିବେ ସ୍ଥିତି ସମୀକ୍ଷା

କେନ୍ଯୁଜ୍: ରାଜନାଥ ସିଂଙ୍କ ‘ମିଶନ ବର୍ଡର’ ଗସ୍ତର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ଲଦାଖ ଏଲଏସିରେ ସେନାର ପ୍ରସ୍ତୁତି ତଦାରଖ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ ରାଜନାଥ । ଏହାପରେ ଶ୍ରୀନଗର ଫେରି ଆସି ସେନା ଅଧିକାରୀଙ୍କ ସହ ଏଲଓସିର ସୀମା ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି ।

rajnathପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏଲଓସିର କିଛି ଅଂଚଳ ଗସ୍ତ କରି ସୀମାରେ ଯବାନଙ୍କ ମନୋବଳ ବୃଦ୍ଧି କରିବା କାର୍ଯ୍ୟକ୍ରମ ରହିଛି । ସୂଚନା ମୁତାବକ ଗତ କିଛି ମାସ ଧରି ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲଂଘନ ସହ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଏଲଓସିରେ ଜୋରଦାର ଉଦ୍ୟମ ହେଉଛି। ଏହା ଭିତରେ ଭାରତୀୟ ସେନା ଆଲର୍ଟ ରହି ଏହାର କଡା ଜବାବ ମଧ୍ଯ ଦେଉଛି । ଏହାମଧ୍ଯରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏଲଓସି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.