କୋଭିଡ୍ ଚିକିତ୍ସାରେ ଆଗୁଆ ଥିବା କିଛି ଔଷଧ, ଯାହା ବିଶେଷଜ୍ଞଙ୍କ ମନରେ ସୃଷ୍ଟି କରିଛି ଆଶା

ଆଉ କେତେ ଦୂରରେ ଅଛି କରୋନା ଭ୍ୟାକସିନ୍ ? କେତେ ଦିନ ଲାଗିବ ଭ୍ୟାକସିନ୍ ବାହାରିବାକୁ ? ଏସବୁ ପ୍ରଶ୍ନ ସବୁ ଲୋକଙ୍କ ମନକୁ ଘାରିଛି । ହେଲେ ଏଯାଏ ଏହାର କିଛି ସଠିକ୍ ଉତ୍ତର ମିଳିନାହିଁ କିମ୍ବା ମିଳିବା ଭଳି ଆଶା ମଧ୍ୟ ଜଣାପଡୁନି । ତେବେ କିଛି ଔଷଧ ବିଶେଷଜ୍ଞଙ୍କ ମନରେ ଆଶା ସୃଷ୍ଟି କରିଛି । ଆସନ୍ତୁ ନଜର ପକାଇବା ଏହି ସବୁ ଭ୍ୟାକସିନ୍ ଉପରେ ।

Medication prepared for people affected by Covid-19, Remdesivir is a selective antiviral prophylactic against virus that is already in experimental use, conceptual image

ରେମଡିସିଭର :

ଏହି ଔଷଧ ଏବେ କରୋନା ଚିକିତ୍ସାରେ ସବୁଠାରୁ ଆଗୁଆ ରହିଛି । ଏହାର ବ୍ୟବହାର ପାଇଁ ମଧ୍ୟ ଅନୁମତି ମିଳିଛି । ଏହି ଆଣ୍ଟି ଭାଇରାଲ୍ ଔଷଧ ଇବୋଲା ଏବଂ ହେପଟାଇଟିସ୍‌-ସି ପାଇଁ ବ୍ୟବହାର କରାଯାଉଛି । ଏହି ଔଷଧ ଅତି ଗୁରୁତର ରୋଗୀଙ୍କୁ ସୁସ୍ଥ କରିବାରେ ସହାୟକ ହେବା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମାଇ ପାରୁଥିବା ସର୍ଭେରୁ ଜଣାପଡ଼ିଛି ।

ଫେଭିପିରାବିର :

ଏହି ଔଷଧ ଇନଫ୍ଲୁଏଞ୍ଜାରୁ ସୁସ୍ଥତା ଦେବାରେ ଭଲ କାମ ଦେଇଥାଏ । କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ଏହା ସହୟାକ ହେଉଛି ବୋଲି କୁହାଯାଉଛି । ତେବେ ବିଧିବଦ୍ଧ ଭାବେ ଏହାର କ୍ଲିନିକାଲ ଟ୍ରାଏଲ ହୋଇନାହିଁ ।

20THFAVIPIRAVIR

ଏହି ଦୁଇଟି ଔଷଧ ସବୁଠାରୁ ବେଶି ବ୍ୟବହାର ହେଉଥିବା ବେଳେ ଇଡ୍‌-୨୮୦୧ ଓ ରିକୋମ୍ବିନାଣ୍ଟଏସ୍‌-୨କୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଛି । ଅନ୍ୟ ୧୦ଟି ଔଷଧ ଅଳ୍ପ କିଛି ମାତ୍ରାରେ କାମ ଦେଉଥିବା ଜଣାପଡ଼ିଥିବା ବେଳେ ୨ଟି ଆଦୌ କାମ କରିନି ଓ ୩ଟି ଔଷଧ ଜାଲ୍ ବୋଲି ପ୍ରମାଣିତ ହୋଇଛି । ଏମିତିକି ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌, କ୍ଲୋରୋକୁଇନ୍‌ରେ କରୋନା ଭଲ ହେଉଥିବା କଥାକୁ ବି ନାକଚ କରି ଦିଆଯାଇଛି ।

therphy

ପ୍ଲାଜମା ଥେରାପି :

ଆଣ୍ଟିବଡି ଆଦି ଚିକିତ୍ସା ପଦ୍ଧତିରେ କିଛି ସଫଳତା ମିଳିଥିବା ବେଳେ ଡେକ୍ସାମେଥାସନ୍ ଷ୍ଟେରୋଏଡ୍ ଦ୍ୱାରା କରୋନା ଜନିତ ମଅତ୍ୟୁ ସଂଖ୍ୟା କମିଥିବା ଜଣାପଡ଼ିଛି । ଏହି ଷ୍ଟେରୋଏଡ୍ ଶ୍ୱାସ ଆଦି ରୋଗ ପାଇଁ ବ୍ୟବହାର କରାଯାଏ । ଭେଣ୍ଟିଲେଟରରେ ଥିବା ଏକ ତୃତୀୟାଂଶ କରୋନା ରୋଗୀ ଏହି ଉପଚାରରେ ସୁସ୍ଥ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ।

ତେବେ ଏପର‌୍ୟ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଔଷଧ ଆସି ନାହିଁ କି ଏହାକୁ ମାନ୍ୟତା ମିଳି ନାହିଁ । ତେଣୁ ଭ୍ୟାକସିନ୍ ପାଇଁ କେତେଦିନ ଅପେକ୍ଷା କରିବାକୁ ହେବ ସେକଥା କହିବା ମୁସ୍କିିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.