ରାଜ୍ୟରେ ମହାମାରୀ ନେଲା ଆଉ ୩ ଜୀବନ: କରୋନା ଟାର୍ଗେଟରେ ଗଞ୍ଜାମ ଓ ଗଜପତି

ଭୁବନେଶ୍ବର: ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ । ଗଞ୍ଜାମରୁ ୨ ଓ ଗଜପତିରୁ ଜଣେ ମୃତ୍ଯୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୮୬ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

ମୃତକଙ୍କ ଭିତରେ ଗଞ୍ଜାମର ଜଣେ ୬୩ ବର୍ଷିୟ ଏବଂ ଜଣେ ୬୦ବର୍ଷିୟ ପୁରୁଷ ରହିଛନ୍ତି । ଏହାସହ ଗଜପତି ଜତଲ୍ଲାର ଜଣେ ୪୮ ବର୍ଷିୟା ମହିଳା ରହିଛନ୍ତି । ଯିଲକି କରୋନା ପଜିଟିଭ୍ ବ୍ଯତିତ ଓବେସିଟି ଏବଂ ସ୍ଳିପ୍ ଆପନିଆରେ ପୀଡିତ ଥିଲେ।

ତେବେ ଏହାକୁ ମିଶାଇ ଗଞ୍ଜାମରରେ ମୋଟ୍ କରୋନା ମୃତକଙ୍କ ସଂଖ୍ଯା ୫୨ରେ ପହଁଚିଥିବା ସହ ଗଜପତିରେ ୩ରେ ପହଁଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.