ଲକଡାଉନ ବେଳେ ଏମିତି ଭିଡିଓ ପୋଷ୍ଟ କରି ଫ୍ୟାନମାନଙ୍କ ଦିଲ ଜିତିଲେ ଟ୍ଵିଙ୍କିଲ ଖାନ୍ନା, ଇଣ୍ଟରନେଟରେ ହେଉଛି ଭାଇରଲ

ନିକଟରେ ବଲିଉଡ ଅଭିନେତ୍ରୀ ଟ୍ଵିଙ୍କିଲ ଖାନ୍ନାଙ୍କ ଏକ ଭିଡ଼ିଓ ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ଟ୍ଵିଙ୍କିଲ ନିଜର ଛିଣ୍ଡିଯାଇଥିବା ଚପଲ ଓ ଭାଙ୍ଗିଯାଇଥିବା ଚଷମା ଦେଖାଉଛନ୍ତି। ଲକ ଡାଉନ ସମୟରେ ଅଭିନେତ୍ରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡ଼ିଓ ଫ୍ୟାନମାନଙ୍କୁ ବେଶ ପସନ୍ଦ ଆସିଛି।

 

View this post on Instagram

 

I know there are bigger problems, but this has driven me to breaking point rather literally! #AboutToShootMyselfWithAGlueGun

A post shared by Twinkle Khanna (@twinklerkhanna) on

ତେବେ ଭିଡ଼ିଓରେ ଟ୍ଵିଙ୍କିଲ ନିଜ ଛିଣ୍ଡା ଚପଲକୁ ଗ୍ଲୁ ଗନରେ ଯୋଡୁଥିବା ନଜର ଆସୁଛନ୍ତି। କିନ୍ତୁ ତାହା ଯୋଡି ହେଉନାହିଁ, ଯାହାଫଳରେ ସେ ଜୋରରେ ହସିବାକୁ ଲାଗୁଛନ୍ତି । ସେଠି ଟ୍ଵିଙ୍କିଲ ଭଙ୍ଗା ଚଷମାକୁ ଟେପ ଦ୍ୱାରା ଯୋଡୁଛନ୍ତି।

ଭିଡିଓ ପୋଷ୍ଟ କରି ସେ କ୍ୟାପସନ ଲେଖିଛନ୍ତି ଯେ ମୋତେ ଜଣା ଅଛି କି ଏଠାରେ ବହୁତ ବଡ଼ ସମସ୍ୟା ରହିଛି, କିନ୍ତୁ ଏହା ମୋତେ ବ୍ରେକିଙ୍ଗ ପଏଣ୍ଟରେ ପହଞ୍ଚାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.