କରୋନାକୁ ମୂଳପୋଛ କରିବାକୁ ନାକରେ ଦିଆଯିବ ଟୀକା, ଖୁବଶୀଘ୍ର ଭାରତୀୟ ବୈଜ୍ଞାନିକ କରିବେ ପରୀକ୍ଷଣ

କରୋନା ଭାଇରସର ଟୀକା କିମ୍ବା ମେଡ଼ିସିନ ବାହାରିପାରିନଥିବାରୁ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଅନ୍ୟ ଦେଶ ସମେତ ଭାରତ ମଧ୍ୟ ଅଣ୍ଟା ଭିଡ଼ିଛି। କରୋନାକୁ ମୂଳପୋଛ କରିବାକୁ ଆମ ଦେଶରେ ଟୀକା ତିଆରି କରାଯାଉଛି। ଏହି ଟୀକାକୁ ଇଞ୍ଜେକ୍ସନ ମାଧ୍ୟମରେ ନୁହେଁ ବରଂ ନାକରେ ନାଜାଲ ଡ୍ରପ ଭାବେ ପକାଯିବ।

Coronavirus disease 2019

ରିପୋର୍ଟ ମୁତାବକ ହାଇଦ୍ରାବାଦସ୍ଥିତ ଭରତ ବାୟୋଟେକ “କୋରୋଫ୍ଲୁ” ନାମକ ଏକ ଟୀକା ପ୍ରସ୍ତୁତ କରୁଛି। ଏହି ଟୀକାର ପୂରା ନାମ ହେଉଛି ‘କୋରୋଫ୍ଲୁ: ୱାନ୍ ଡ୍ରପ କୋଭିଡ-୧୯ ନାଜାଲ ଭ୍ୟାକସିନ’। କମ୍ପାନୀ ପୂର୍ବରୁ ଅନ୍ୟ ଫ୍ଲୁ ପାଇଁ ଠିକ ଟୀକା ତିଆରି କରିଥିବାରୁ ଏହି ଟୀକା ମଧ୍ୟ ସୁରକ୍ଷିତ ବୋଲି କହିଛି।

coronavirus

ଭରତ ବାୟୋଟେକ ୟୁନିଭରସିଟି ଓ ଫ୍ଲୁଜେନ କମ୍ପାନୀ ମିଳିତ ଭାବେ ଏହି ଟୀକା ତିଆରି କରୁଛନ୍ତି। କୋରୋଫ୍ଲୁ ଟୀକା ବିଶ୍ୱ ପ୍ରସିଦ୍ଧ ଫ୍ଲୁ ମେଡ଼ିସିନ M2SR କୁ ନେଇ ତିଆରି କରାଯାଉଛି। ସ୍ୱାଇନ ଫ୍ଲୁକୁ ମୂଳପୋଛ କରିବାରେ ଏହି ମେଡ଼ିସିନ ବେଶ ଲାଭଦାୟକ ହୋଇଥାଏ। ଏହା ଖୁବଶୀଘ୍ର ଶରୀରରେ ଆଣ୍ଟିବଡି ତିଆରି କରେ। ଏଣୁ କରୋନା ମୁକାବିଲାରେ ବି ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି।

Coronavirus medicine: Vaccines, chloroquine and drugs to treat ...

ଏହି ଟୀକା ନେଇ ଭରତ ବାୟୋଟେକର ମୁଖ୍ୟ ଡାକ୍ତର ରାସେସ ଏଲା କହିଛନ୍ତି ଯେ ଆମେ ଏହି ଟୀକାର ପ୍ରଥମେ କ୍ଲିନିକାଲ ଟ୍ରାଏ କରିବୁ। ଯଦି ଏହା ସଫଳ ହେଲା ତେବେ ୩୦୦ ମିଲିୟନ ଡୋଜ ପ୍ରସ୍ତୁତ କରିବୁ। ୨୦୨୦ ମସିହା ଶେଷ ସୁଦ୍ଧା ମଣିଷଙ୍କ ଶରୀରରେ ଏହି ଟୀକା ପରୀକ୍ଷା ହେବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.