#Me too ଅଭିଯୋଗ ନେଇ ବଲିଉଡର ଦୁଇ ଗାୟକ ସୋସିଆଲ ମିଡିଆରେ ହେଲେ ମୁହାଁମୁହିଁ

ଦେଶର ପ୍ରମୁଖ ସଂଗୀତ ଭିତ୍ତିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ- ୧୧ ରେ ଅନୁ ମଲିକ ବିଚାରକ ଭାବେ ଅଛନ୍ତି । କିଛି ଦିନ ତଳେ ମି ଠୁ କାମ୍ପେନ ଜରିଆରେ ଏହି ସଂଗୀତ ନିର୍ଦ୍ଦେଶକଙ୍କ ନାଁରେ ବହୁ ଅଭିଯୋଗ ଆସିଥିଲା । ଏହି ସମୟରେ ତାଙ୍କୁ ବଲିଉଡର କିଛି ଜଣ ବିରୋଧ କରି ଥିବା ବେଳେ ଅନ୍ୟ କିଛି ଜଣ ସମର୍ଥନ କରିଛନ୍ତି । ସେହି ସମୟରେ ସୋନା ମହାପାତ୍ରଙ୍କ ପରି କିଛି ମହିଳା ଲଗାତାର ବିରୋଧ କରିଆସୁଛନ୍ତି । ନିକଟରେ ହେମା ସେରଦେଶାଇ ଅନୁ ମାଲିକଙ୍କ ସମର୍ଥନରେ ନିଜ ସୋସିଆଲ ଆକାଉଣ୍ଟରେ ଏକ ମେସେଜ ପୋଷ୍ଟ କରିଥିଲେ । ତାଙ୍କ ମତରେ କିଛି ଜଣ ନିଜର ଶସ୍ତା ଲୋକ ପ୍ରିୟତା ବଢାଇବା ପାଇଁ ବା ଲୋକ ଲୋଚନକୁ ଆସିବା ପାଇଁ ହିଁ ଅନ୍ୟ ମାନଙ୍କ ନାଁରେ ଏପରି ନକାରାତ୍ମକ ବାର୍ତ୍ତା ମାନ ଦେଉଛନ୍ତି ।

neha and anu

ହେମା ଏହା ମଧ୍ୟ କହିଛନ୍ତିକି ଯେଉଁ ମାନେ ନିଜ ବିପଦ ସମୟରେ ଅନୁ ମଲିକଙ୍କ ସାହାଯ୍ୟ ନେଇଥିଲେ ସେମାନେ ମଧ୍ୟ ଆଜି ମୁହଁ ଖୋଲୁନାହାନ୍ତି । ହେମା ଏହା ବି କହିଛନ୍ତିକି ତାଳି ସବୁବେଳେ ଦୁଇ ହାତରେ ହିଁ ବାଜି ଥାଏ । କିନ୍ତୁ ହେମାଙ୍କ ଏହି ପୋଷ୍ଟରେ ଗାୟକ ସୋନା ମହାପାତ୍ର ଓ ନେହା ଭାସିନ ଖୁବ ରାଗିଯାଇଛନ୍ତି । ସୋନା ରାଗରେ କହିଛନ୍ତିଯେ କୌଣସି ଦୁଷ୍କର୍ମ ସମୟରେ ଦୁଇ ଜଣଙ୍କ ଆବଶ୍ୟକତା ରହିଥିଲେ ମଧ୍ୟ ପୀଡିତାଙ୍କୁ ତ ସବୁବେଳେ ଦୋଷ ଦିଆଯାଇ ପାରିବ ନାହିଁ । ପୀଡିତା ମାନଙ୍କ ଉପରେ ଆରୋପ ଲଗାଯାଉଥିବା କାରଣରୁ ହିଁ ନାବାଳିକା ଓ ସେମାନଙ୍କ ପରିବାର ଲୋକେ ଲଜ୍ୟାରେ ପୋଲିସ ନିକଟରେ ଅଭିଯୋଗ କରିବାକୁ ଡରିଥାନ୍ତି । ଅନ୍ୟ ପକ୍ଷରେ ନେହା ଭାସିମ ନିଜ ସୋସିଆଲ ଆକାଉଣ୍ଟରେ ଲେଖିଛନ୍ତିଯେ ତାଳି ବଜାଇବା ପାଇଁ ଦୁଇ ହାତର ଆବଶ୍ୟକତା ରହିଥାଏ ।

ଏହା ସହ ପଢନ୍ତୁ: ‘ଦୋସ୍ତାନା ୨’ ର ସୁଟିଂ ପୂର୍ବରୁ ସ୍ୱର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଜାହ୍ନବୀ କପୁର

ତେବେ ଯଦି ସେମିତି ହୋଇଥାଏ ତେବେ ଆମେ ଧୀରେ ଧୀରେ ତାଳି ବଜାଇବା ଆରମ୍ଭ କରୁଛୁ । କେହି ମଧ୍ୟ ଅନୁଙ୍କ ନାଁରେ ସାମ୍ନାକୁ ଆସି କହିବାକୁ ଇଛା କରୁନାହାନ୍ତି । କିନ୍ତୁ ଆପଣଙ୍କ ସହ ସେ ଭଲ ବ୍ୟବହାର କରିଛନ୍ତି ବୋଲି ତା ମାନେ ନୁହେଁଯେ ସେ ଜଣେ ଦୋଷ ମୁକ୍ତ । ଦୟାକରି ଆପଣ ତାଙ୍କର ସମର୍ଥନ ନକରନ୍ତୁ । ନେହା ନିଜର ଆଉ ଏକ ଆକାଉଣ୍ଟରେ ତାଙ୍କ ସହ ଘଟିଥିବା ୨୦୦୪ ମସିହାର ଏକ ଘଟଣା ସମ୍ପର୍କରେ ପୋଷ୍ଟ କରିଛନ୍ତି । ସୂଚନା ଦେବା ଯୋଗ୍ୟଯେ ମି ଠୂ କାମ୍ପେନ ରେ ଅଭିଯୋଗ ପରେ ମଧ୍ୟ ଚଳିତ ଥର ଅନୁ ମଲିକ ପୁନଶ୍ଚ ଇଣ୍ଡିଆନ ଆଇଡଲକୁ ଜଜ ହୋଇ ଆସିଛନ୍ତି । ଏହାକୁ ନେଇ ଦେଶ ସାରା ଚର୍ଚ୍ଚା ବେଶ ଜୋର ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.