ଋଷଭ ପନ୍ତଙ୍କ ସମର୍ଥନରେ ବାହାରିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, କହିଲେ ଟିକେ ସମୟ ଦିଅ

ମୁମ୍ବାଇ : ମହେନ୍ଦ୍ର ସିଂହ ଧୋନିଙ୍କ ଉତ୍ତରାଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ସମର୍ଥ ହୋଇ ନାହାନ୍ତି ଓ୍ଵିକେଟ୍‌ କିପର ଋଷଭ ପନ୍ତ । ନା ବ୍ୟାଟିଂ ନା କିପିଂ କେଉଁଥିରେ ବି ନିଜର ପୂରା ଦକ୍ଷତା ଦେଖାଇ ପାରିନାହାନ୍ତି । ତେଣୁ ଦର୍ଶକଙ୍କ ସମାଲୋଚନାର ଶିକାର ହେଉଛନ୍ତି ଏହି ଯୁବ ଖେଳାଳି । ଯଦିଓ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମା ପ୍ରମୁଖଙ୍କର ତାଙ୍କ ପ୍ରତି ସମର୍ଥନ ରହିଛି ତଥାପି ପଡ଼ିଆରେ ତ୍ରୁଟି କଲେ ପନ୍ତଙ୍କ ବିରୋଧରେ କ୍ରିକେଟ୍‌ପ୍ରେମୀଙ୍କ ଅସନ୍ତୋଷ ଦେଖିବାକୁ ମିଳୁଛି । ଏହି ସମୟରେ ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବା ସୌରଭ ଗାଙ୍ଗୁଲି ପନ୍ତଙ୍କୁ ସମର୍ଥନ କରିଛନ୍ତି । ସେ କହିଛି ତାଙ୍କ ଭଳି ଜଣେ ଯୁବା ଖେଳାଳିଙ୍କୁ କିଛି ସମୟ ଦିଆଯାଉ । ସେ ନିଶ୍ଚୟ ନିଜକୁ ପ୍ରମାଣିତ କରିବେ । ପନ୍ତ ଜଣେ ଅତ୍ୟନ୍ତ ଦକ୍ଷ ଖେଳାଳି । ଆଉ ଟିକେ ଅଭିଜ୍ଞତା ହେଲେ ସେ ଦଳ ପାଇଁ ବହୁତ କିଛି କରିବେ ।
ଗାଙ୍ଗୁଲିଙ୍କର ଏହି କେଇ ପଦ କଥା ଅନ୍ତତଃ ଋଷଭ ପନ୍ତଙ୍କୁ ଆଶ୍ୱସ୍ତ ଓ ଉତ୍ସାହିତ କରିଥିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.