ବରୁଣ ଧଓ୍ଵନ ନିଜ ପିଲାଦିନର ବନ୍ଧୁଙ୍କୁ ଗୋପନରେ କଲେ ନିର୍ବନ୍ଧ

ବଲିଉଡ ଅଭିନେତା ବରୁଣ ଧଓ୍ଵନ ଫିଲ୍ମ ଛଡା ଏବେ ବ୍ୟକ୍ତିଗତ ଜୀବନ ପାଇଁ ବହୁତ ଚର୍ଚ୍ଚାରେ ଅଛନ୍ତି। ବରୁଣ ନିଜର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ନେଇ ଅଧିକ କିଛି ତ କୁହନ୍ତି ନାହିଁ କିନ୍ତୁ ଅନେକ ଥର ନିଜ ରିଲେସନସିପ ବିଷୟରେ କହିସାରିଛନ୍ତି। ଏବେ ଖବର ଆସୁଛି ଯେ ବରୁଣ ତାଙ୍କର ଏହି ଜୀବନକୁ ନେଇ ଗୋଟିଏ ପାଦ ଆଗକୁ ବଢ଼ିସାରିଛନ୍ତି।

ରିପୋର୍ଟ ଅନୁଯାୟୀ ବରୁଣ ତାଙ୍କ ପ୍ରେମିକାଙ୍କସହିତଗୋପନରେ ନିର୍ବନ୍ଧ କରିସାରିଛନ୍ତି। ଅବଶ୍ୟ ବରୁଣ ପୂର୍ବରୁ କହିଥିଲେ ଯେ ସେ ଏବେ ବିବାହ ବିଷୟରେ ଭାବି ନାହାନ୍ତି କିନ୍ତୁ ଏବେ ଆସିଥିବା ଏହି ଖବର ତେବେ ସତ ତାହା କହିବା ମୁସକିଲ।

natasha varunରିପୋର୍ଟ ଅନୁଯାୟୀ ବରୁଣ ନିଜ ପ୍ରେମିକାଙ୍କୁ ବର୍ଷ ୨୦୧୮ରେ ନିବର୍ନ୍ଧ କରିସାରିଛନ୍ତି। ଏହି ସମୟରେ ତାଙ୍କ ସହିତ ଦୁହିଁଙ୍କ ପରିବାର ଉପସ୍ଥିତ ଥିଲେ। ପରିବାରଙ୍କ ମଞ୍ଜୁରୀରେ ହିଁ ସେମାନେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧର ଖବର ମିଡିଆକୁ ନଆସୁ ଏଥିପାଇଁ ଏହି ସେରେମୋନିକୁ ବହୁତ ପ୍ରାଇଭେଟ ରଖାଯାଇଥିଲା। ଏହି ସେରେମୋନିରେ ବରୁଣ-ନତାଶାଙ୍କ ପରିବାର ସହିତ ଜଣେ ଦୁଇ ଜଣ ବନ୍ଧୁ ସାମିଲ ଥିଲେ। ଅବଶ୍ୟ ଏହ ସିକ୍ରେଟ ନିର୍ବନ୍ଧ ଖବରରେ କେତେ ସତ ରହିଛି ତାହା କେବଳ ବରୁଣ ଏବଂ ତାଙ୍କ ପରିବାର କହିପାରିବେ।

ଏହାସହ ପଢନ୍ତୁ : ସପନା ଚୌଧୁରୀ ଭିଡିଓରେ କହିଲେ ‘କେବେ ନେଇକି ଆସିବ ବାରାତ୍‌?’, ଫ୍ୟାନ୍ସ ଦେଲେ ଏପରି ଜବାବ

ଏହାମଧ୍ୟ ଜଣାପଡିଛି ଯେ ଦୁହେଁ ଆସନ୍ତା ବର୍ଷରେ ବିବାହ କରିବେ। ପରିବାର ଲୋକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ବରୁଣ ପ୍ରାୟ ସମୟରେ ନିଜର ଗାର୍ଲଫ୍ରେଣ୍ଡ ନତାଶାଙ୍କ ସହିତ ନଜର ଆସିଥାନ୍ତି।