ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲ, କ୍ୟାଟ୍‌ଙ୍କ ମ୍ୟାରେଜ୍‌ ଗାଉନ୍‌ ଫଟୋ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ଆଫେୟାର ଚର୍ଚ୍ଚା ଦୀର୍ଘ ଦିନ ହେଲା ଶୁଣିବାକୁ ମିଳୁଛି। ଲକ୍‌ଡାଉନ୍‌ ବେଳେ ଉଭୟେ ଅନେକ ଥର ହାଉସ୍‌ ପାର୍ଟି କରିବା ସହ ବାହାରେ ବି ସ୍ପଟ୍‌ ହୋଇଛନ୍ତି। ତାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ବି ହୋଇଥିଲା। ତେବେ ଏହି ଦୁଇ ଜଣ କିନ୍ତୁ କେବେ ରିଲେସନ୍‌ସିପ୍‌ରେ ଥିବା କଥାକୁ ନିଜ ଆଡ଼ୁ କହିନାହାନ୍ତି।

କିନ୍ତୁ ଏବେ କଥା ଆଗକୁ ବଢ଼ିଯାଇଛି। କୁହାଯାଉଛି ଯେ ଖୁବ୍‌ଶୀଘ୍ର ଭିକ୍କି ଓ କ୍ୟାଟ୍ରିନା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବଲିଉଡ୍‌ ଆକ୍ଟର ସଲମାନ୍‌ ଖାନ୍‌ଙ୍କ ଷ୍ଟାଇଲିଷ୍ଟ ଓ କଷ୍ଟ୍ୟୁମ୍‌ ଡିଜାଇନର ଏସ୍‌ଲେ ରିବେଲେ ଏକ ପୋଷ୍ଟ କରିଛନ୍ତି। ଯାହା ପରଠାରୁ କ୍ୟାଟ୍‌ ଭିକ୍କିଙ୍କୁ ବିବାହ କରିବା କଥା ଅଧିକ ଚର୍ଚ୍ଚାର ପରିସରକୁ ଆସିଛି।

katrina
Image Credit: Instagram

କ୍ୟାଟ୍ରିନାଙ୍କ ଜନ୍ମଦିନରେ ଏସ୍‌ଲେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ତାଙ୍କୁ ବାର୍ଥ ଡେ ଓ୍ଵିଶ୍‌ କରିଥିଲେ। ଏଥିପାଇଁ ସେ କ୍ୟାଟ୍‌ଙ୍କର ଏକ ପୁରୁଣା ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ୱେଡିଂ ଗାଉନ୍‌ ପିନ୍ଧିଛନ୍ତି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, ହାପି ବାର୍ଥ ଡେ କ୍ୟାଟ୍ରିନା କୈଫ୍‌ ଏହା ସତ ହୋଇଯାଆନ୍ତା କି। ଏସ୍‌ଲେଙ୍କ ଏହି ପୋଷ୍ଟରୁ ଏବେ ସମସ୍ତେ ସନ୍ଦେହ କରୁଛନ୍ତି ଯେ କ୍ୟାଟ୍ରିନା ବୋଧେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.