Below header

ପର୍ସରେ ଟଙ୍କା ନାହିଁ କି ATM କାର୍ଡ ବି ନାହିଁ ତାହେଲେ ଚିନ୍ତା କରନ୍ତୁନି, ନିଜ ନଖ ସାହାଯ୍ୟରେ ବି ଏଣିକି କରିପାରିବେ ପେମେଣ୍ଟ

ଯଦି ଆପଣଙ୍କ ହାତରେ କ୍ୟାସ ନାହିଁ କିମ୍ବା ଆପଣ ନିଜ ଏଟିଏମ କାର୍ଡ ଘରେ ଛାଡ଼ିଆସିଛନ୍ତି । ତେବେ ଆପଣ ଟେନ୍ସନ ନେଇଯାଆନ୍ତି ନା | କଣ କରିବେ ଦରକାର ପଡିଲେ ପଇସା କୋଉଠୁ ଆଣିବେ । କିନ୍ତୁ ଆପଣଙ୍କୁ ଆଉ ଟେନ୍ସନ ନେବା ଦରକାର ନାହିଁ । ଆପଣ ନିଜ ନଖ ସାହାଯ୍ୟରେ ବି ଖୁବ ସହଜରେ ସପିଙ୍ଗ କରିପାରିବେ । କଣ ହେଲା ତାଯୁବ ହୋଇଗଲେକି । କିନ୍ତୁ ଦୁବାଇରେ ଘଟିଛି ଏମିତି ଏକ ଘଟଣା । ଦୁବାଇର ଏକ ବ୍ୟୁଟି ସେଲୁନ ନଖରେ ଏକ ପ୍ରକାର ମାଇକ୍ରୋଚିପ ଲଗାଇ ଦେଉଛନ୍ତି ।  ଯାହାକୁ ଏକ ଡିଜିଟାଲ ବିଜିନେସ କାର୍ଡ ଭାବରେ ବ୍ୟବହାର କରାଯାଇ ପାରିବ | ଆଉ ଏହାକୁ ସପିଙ୍ଗ କାର୍ଡ ଭାବରେ ବି ଉପଯୋଗ କରାଯାଇପାରିବ । ଖାଲି ସେତିକି ନୁହେଁ ଇନ୍ଷ୍ଟଗ୍ରାମରେ ସୂଚନା ଆଦାନ ପ୍ରଦାନ ବି କରାଯାଇପାରିବ । ନଖରେ ଲଗାଯାଇଥିବା ମାଇକ୍ରୋଚିପ ନିୟର ଫିଲ୍ଡ କମ୍ୟୁନିକେସନ ଟେକନିକ ଆଧାରରେ ହିଁ କାମ କରିଥାଏ ।

ଉକ୍ତ ସେଲୁନର ମାଲିକ ଏବାବଦରେ କହିଛନ୍ତିକି ଏଯାବତ ସେ ପ୍ରାୟ 500 ମାଇକ୍ରୋଚିପ ପ୍ରସ୍ତୁତ କରିସାରିଲେଣି । ଆଗକୁ ଏହାକୁ ଆହୁରି କେମିତି ଅଧିକ ଛୋଟ ଆକାରର ବନାଯାଇପାରିବ ସେନେଇ ଚେଷ୍ଟା ଜାରିରହିଛି । ଆଗକୁ ଏହି ନେଲ ମାଇକ୍ରୋଚିପର ଅନ୍ୟାନ ଭେରାଇଟି ମାନ ପ୍ରସ୍ତୁତ କରାଯିବ । କୌଣସି ଏକ ରେଶତୃରାନ୍ତ ମେନୁକୁ ଏହିପରି ଡିଜିଟାଲ ମାଧ୍ୟମରେ ଲଞ୍ଚ କରାଯିବା ନେଇ ଲକ୍ଷ ରଖାଯାଇଥିବା ନେଇ ସେ କହିଛନ୍ତି । ଏହି ମାଇକ୍ରୋଚିପର ଉପଯୋଗ Android ତଥା ios ସଫଟୱେୟାର ପ୍ରଣାଳୀରେ କରାଯାଇ ଆସୁଛି । ବ୍ୟବହାର କରୁଥିବା ବ୍ୟକ୍ତି ଜଣଙ୍କ ଯାହାବି ଜାଣିବାକୁ ଚାହୁଁଛନ୍ତି ଏହା ସାହାଯ୍ୟରେ ଜାଣିପାରିବେ ।

କେମିତି କରାଯାଏ ବ୍ୟବହାର:

ନେଲ ସର୍ଭିସର ଆରମ୍ଭ ପ୍ରଥମେ ଜେଲ ପଲିସ କୋଟରୁ କରାଯାଇଥାଏ । ପରେ ଭର୍ତ୍ତି ହୋଇଥିବା ଚିପକୁ ତଳେ ଲଗାଯାଇଥାଏ | ଏବେ ନଖକୁ ଏକ ନେଲପଲିସ କୋଟ ଲଗାଇ ଘୋଡାଇ ଦିଆଯାଏ । ଚିପରେ ଦିଆଯାଇଥିବା ତଥ୍ୟ ଗୁଡିକୁ ଡିଜିଟାଲ ବିଜନେସ କାର୍ଡ ଭାବରେ ବ୍ୟବହାର କରାଯାଏ । ବ୍ୟକ୍ତିଙ୍କ ନାଁ, ମୋବାଇଲ ନମ୍ବର, ସୋସିଆଲ ମିଡ଼ିଆ ଆକାଉଣ୍ଟ ଆଦିକୁ ଇଂସ୍ଟଲ କରାଯାଇଥାଏ । ଯାହାଦ୍ୱାରା ଆପଣ ଅତି ସହଜରେ ତଥ୍ୟ ଗୁଡିକୁ ଆକ୍ସେସ କରିବା ସହ ସେୟାର କରିପାରିବେ । ଗ୍ରାହକ ମାନେ ଏହି ହାଇଟେକ ଚିପରେ ନିଜ ୱେବସାଇଟ, ସୋସିଆଲ ମିଡ଼ିଆ ଓ ସମ୍ପର୍କକୁ ଡାଉନଲୋଡ଼ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.