ନବରଙ୍ଗପୁର ସାପ କାମୁଡ଼ିଥିବା ନାବାଳିକାର ହେଲା ଅସ୍ତ୍ରୋପଚାର, ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର କରୁଛନ୍ତି ଚିକିତ୍ସା

କଟକ(କେନ୍ୟୁଜ୍):  ସାପକାମୁଡ଼ିଥିବା ନାବାଳିକାର କଟକ ଏସସିବିରେ ହେଲା ଅସ୍ତ୍ରୋପଚାର। ନବରଙ୍ଗପୁର ରାଇଘରରୁ ଆସିଥିବା ନାବାଳିକାର ପ୍ରଥମ ପ୍ଲାଷ୍ଟିକ ସର୍ଜରୀ ହୋଇଛି। ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ବିଭୂତି ନାୟକଙ୍କ ତତ୍ତ୍ୱାବଧାନରେ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଛି। ସାପ କାମୁଡ଼ା ଦ୍ୱାରା ନଷ୍ଟ ହୋଇ ଆସୁଥିବା ହାତକୁ ଠିକ୍‌ କରି କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରାଯାଉଛି।

ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପରେ ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଏସସିବି ମେଡିକାଲର ଜରୁରୀକାଳିନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି। ରାଇଘର ବ୍ଲକ ବାଲିଝର ଗାଁର ୯ବର୍ଷିୟା ନାବାଳିକା ଭାଇ ସହ ଖେଳୁଥିବା ବେଳେ ନାଗସାପ ଦଂଶନ କରିଥିଲା। ତାକୁ ପ୍ରଥମେ ଉମରକୋଟ ଓ ପରେ ନବରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ତେବେ ଅର୍ଥାଭାବରୁ ତାକୁ ବଡ଼ ଡାକ୍ତରଖାନାକୁ ନେଇ ନପାରିବାରୁ ହାତଟି ନଷ୍ଟ ହେବାକୁ ବସିଥିଲା। ଶେଷରେ ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ତାକୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.