Below header

ଲତା ମଙ୍ଗେସକରଙ୍କ ‘ ଲଗ୍‌ ଜା ଗଲେ..’ ଗୀତ ଗାଉଥିବା ୨ ବର୍ଷୀୟ ଶିଶୁ ଗାଇଲା ଭଜନ, ଭିଡିଓ ଭାଇରାଲ

ସୋସିଆଲ ମିଡିଆ ଏବେ ଅନେକ ଲୋକଙ୍କୁ ଷ୍ଟାର ବନାଇସାରିଲାଣି। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ପଶ୍ଚିମବଙ୍ଗର ରାନାଘାଟ ଷ୍ଟେସନରେ ଗୀତ ବୋଲୁଥିବା ରାନୁ ମଣ୍ଡଳ । ଯାହାଙ୍କର ଗୋଟିଏ ଗୀତ ସୋସିଆଲ ମିଡିଆରେ ଆସିବା ପରେ ରାତାରାତି ଷ୍ଟାର ହୋଇଯାଇଥିଲେ। ତା’ ପରେ ଦୁଇ ବର୍ଷର ଜଣେ ଶିଶୁ ଲତା ମଙ୍ଗେସକରଙ୍କ ଗୀତ ଗାଇ ଇଣ୍ଟରନେଟରେ ଚହଳ ପକାଇଦେଇଥିଲେ। ଯାହାକୁ ସୋସିଆଲ ମିଡିଆରେ ବେଶ୍‌ ପ୍ରଶଂସା କରାଯାଇଥିଲା। ଏହି ୨ ବର୍ଷର ଶିଶୁ ଲତା ମଙ୍ଗେସକରଙ୍କ ପ୍ରସିଦ୍ଧ ଗୀତ ‘ଲଗ ଜା ଗଲେ’ ଗାଉଥିବାର ନଜର ଆସିଥିଲେ।

ଏବେ ସେହି ଶିଶୁ ଜଣକ ପୁଣି ଭଜନ ଗାଉଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇଣ୍ଟରନେଟ୍ରେ ଭାଇରାଲ ହେଉଥିବା ଏହି କୁନି ଶିଶୁଟିର ନାଁ ପ୍ରଜ୍ଞା ମେଧା। ପ୍ରଜ୍ଞା କିଭଳି ଗଣେଶ ଭଜନ ଗାଉଛନ୍ତି ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆପଣ ମଧ୍ୟ ଏହି ଶିଶୁର ଭଜନ ଶୁଣି ଚକିତ ହୋଇପଡିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.