ଯଦି ଆପଣଙ୍କୁ WhatsAppରେ କେହି ବ୍ଲକ କରିଦିଅନ୍ତି, ତା’ହେଲେ ଏହି ଉପାୟରେ କରନ୍ତୁ ମେସେଜ୍‌

ଆଜିକା ସମୟରେ ଲୋକେ ସବୁଠାରୁ ଅଧିକ ହ୍ଵାଟସ୍‌ଆପ୍‌ ବ୍ୟବହାର କରୁଛନ୍ତି। ଆଉ ଏହାକୁ ନଜରରେ ରଖି ହ୍ଵାଟସ୍‌ଆପ୍‌ ମଧ୍ୟ ନିଜ ୟୁଜର୍ସଙ୍କ ଅନୁଭବକୁ ଆହୁରି ମଜାଦାର କରିବା ପାଇଁ ଲଗାତାର ଭାବେ ନୂଆ ନୂଆ ଫିଚର ଆଣୁଛି। ଏହି ପ୍ଲାଟ୍‌ଫର୍ମ ଜରିଆରେ ଆମେ ଆମ ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ମେସେଜ୍‌, ଭିଡିଓ ଓ ଫଟୋ ପଠାଇଥାଉ। କିନ୍ତୁ କେବେ କେବେ ଏମିତି ହୋଇଥାଏ, ମେସେଜ୍‌ ଏବଂ ଫଟୋ ଚାଲିଯିବାରେ ଆପଣଙ୍କୁ ଅନ୍ୟପଟୁ ବ୍ଲକ୍‌ କରିଦିଆଯାଏ।

ଏହାସହ ପଢ଼ନ୍ତୁ: ନିଉଟନଙ୍କ ପାଖରେ ସେଓ ପଡିବା ପରି ହ୍ୱାଟ୍ସଆପର ମଧ୍ୟ ରହିଛି ଏକ ଆକର୍ଷଣୀୟ କାହାଣୀ

ଥରେ ବ୍ଲକ ହୋଇଯିବା ପରେ ଆପଣ ସେହି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କୁ ମେସେଜ୍‌ ପଠାଇ ପାରି ନ ଥାଆନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଟ୍ରିକ୍‌ ବିଷୟରେ କହିବାକୁ ଯାଉଛୁ, ଯଦ୍ଦ୍ଵାରା ଆପଣ ସେହି ହ୍ଵାଟସ୍‌ଆପ ୟୁଜରଙ୍କୁ ସହଜରେ ମେସେଜ୍‌ ପଠାଇ ପାରିବେ। ଏହାସହ ଆପଣ ମଧ୍ୟ ତାଙ୍କୁ ବୁଝାଇପାରିବେ।

blo2

-ବ୍ଲକ କରିଥିବା ୟୁଜରଙ୍କୁ ପୁଣିଥରେ ମେସେଜ୍‌ ପଠାଇବା ପାଇଁ ଆପଣଙ୍କୁ ଉଭୟଙ୍କର କମ୍‌ନ ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ସାହାଯ୍ୟ ନେବାକୁ ପଡ଼ିବ। ତାଙ୍କ ଦ୍ୱାରା ଆପଣ ସେହି ୟୁଜରଙ୍କୁ ମେସେଜ୍‌ ପଠାଇ ନିଜ କଥା ରଖିପାରିବେ।

ଏହାସହ ପଢ଼ନ୍ତୁ: ମାତ୍ର ୨୫୦୦୦ ଟଙ୍କାରେ ଆସିଲା ଦୁନିଆର ସବୁଠାରୁ ଶସ୍ତା ଫୋଲ୍ଡେବୁଲ ଫୋନ, ରହିଛି ଦମଦାର ଫିଚର

-ଏବେ ଆପଣ ଏବଂ ତାଙ୍କର କମ୍‌ନ ସାଙ୍ଗ ଅଥବା ସମ୍ପର୍କୀୟ ଏକ ହ୍ଵାଟସ୍‌ଆପ ଗ୍ରୁପ୍‌ କରିବେ। ଏହି ଗ୍ରୁପରେ ଆପଣ ରହିବେ। ଆପଣଙ୍କ ସାଙ୍ଗ ଏବଂ ସମ୍ପର୍କୀୟ ରହିବେ ଏବଂ ଯିଏ ଆପଣଙ୍କୁ ବ୍ଲକ କରିଥିବ, ସେ ବି ରହିବେ। ଆପଣଙ୍କ ସାଙ୍ଗ ହିଁ ସେହି ୟୁଜରଙ୍କୁ ଆଡ୍‌ କରିପାରିବେ, ଯିଏ ଆପଣଙ୍କୁ ବ୍ଲକ କରିଥିବ।

-ଏହାପରେ ଗ୍ରୁପ୍‌ ବନାଇଥିବା ବ୍ୟକ୍ତି ଗ୍ରୁପ୍‌ ଛାଡ଼ିଦେବେ।

blo4

-ଏବେ ଏହି ଗ୍ରୁପ୍‌ରେ କେବଳ ଆପଣ ଏବଂ ଆପଣଙ୍କୁ ବ୍ଲକ କରିଥିବା ସାଙ୍ଗ ରହିବେ। ବର୍ତ୍ତମାନ ଆପଣ ଗ୍ରୁପ୍‌ରେ ତାଙ୍କୁ ମେସେଜ୍‌ କରି ଭୁଲ୍‌ ବାବଦରେ ବୁଝାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.