ଦୈନିକ ଖଟିଖିଆ ଲୋକଙ୍କ ପାଇଁ ଫଣ୍ଡ ଜମା କରିବେ ଏହି ଫିଲ୍ମ ନିର୍ମାତା, ଘରେ ବସି ତିଆରି କରୁଛନ୍ତି ପେଣ୍ଟିଙ୍ଗ

କରୋନା ଭାଇରସ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଲକଡାଉନ ହୋଇଯାଇଛି । ଏବେ ସମସ୍ତେ ନିଜ ନିଜ ଘରେ ସମୟ ବିତାଉଛନ୍ତି। ଏହାରି ଭିତରେ ଫିଲ୍ମ ନିର୍ମାତା ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଟୁଇଟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ପେଣ୍ଟିଙ୍ଗ କରୁଥିବା ନଜର ଆସିଛନ୍ତି । ବିବେକ ଏହି ପେଣ୍ଟିଙ୍ଗଗୁଡିକୁ ବିକ୍ରି କରି ଦୈନିକ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ପଇସା ଜମା କରିବେ ବୋଲି କହିଛନ୍ତି ।

ସେ କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କ ଜୀବିକା ପ୍ରଭାବିତ ହୋଇଛି । ମୁଁ ଏହି ପେଣ୍ଟିଙ୍ଗ ସେମାନଙ୍କ ପାଇଁ ଵିକିଵି । ତେବେ ବିବେକ ନିଜ ସମ୍ପର୍କରେ ଥିବା ଏନଜିଓ ସହ ମିଶି ଫଣ୍ଡ ଜମା କରିବାରେ ଲାଗିଛନ୍ତି । କହି ରଖୁଛୁ, ବିବେକ ମସଲନ: ଦ ତାସ୍କନ୍ଦ ଫାଇଲସ ଭଳି ହିଟ ଫିଲ୍ମ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.