ବିବେକ ଓବରଏଙ୍କୁ ଜୀବନରୁ ମାରିଦେବାକୁ ମିଳିଲା ଧମକ

ବଲିଉଡ୍ ଅଭିନେତା ବିବେକ ଓବରଏଙ୍କୁ ବୁଧବାର ଦିନ ନକ୍ସଲମାନେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଯାହାପରେ ମୁମ୍ବାଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କୁହାଯାଉଛି ଯେ ନକ୍ସଲମାନେ ବିବେକଙ୍କୁ ପିଏମ୍ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଧମକ ମିଳିଛି। ଏହି ଫିଲ୍ମରେ ବିବେକ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ବିବେକଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିବା ଘଟଣା ପରେ ତାଙ୍କ ଫ୍ୟାନ୍ସ ବହୁତ ଡରି ଯାଇଛନ୍ତି।

ପିଏମ ମୋଦିଙ୍କ ଉପରେ ନିର୍ମିତ ଏହି ବାୟୋପିକ ୨୪ ମେରେ ରିଲିଜ ହେବାର ପ୍ରସ୍ତୁତିରେ ଅଛି ସେହିଭଳି ଅନ୍ୟ ପଟରେ ବିବେକଙ୍କୁ ମିଳିଥିବା ଧମକରୁ ଏହା ସ୍ପଷ୍ଟ ହେଉଛି ଯେ କିଛି ଲୋକ ଏହି ଫିଲ୍ମକୁ ନେଇ ଖୁସି ନାହାନ୍ତି। ଯେଉଁଥି ପାଇଁ ସେ ଅଭିନେତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି।

ଏହା ପୂର୍ବରୁ ବିବେକ ଏକ ଟ୍ବିଟ କରି ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

Leave A Reply

Your email address will not be published.