ଅପେକ୍ଷାର ଅନ୍ତ ! ରିଲିଜ ହେଲା Bigg Boss 14ର ପ୍ରୋମୋ, ଏହିଦିନ ହେବ ଗ୍ରାଣ୍ଡ ପ୍ରିମିୟର

ଟିଭିର ସବୁଠାରୁ ବଡ଼ ରିୟାଲିଟି ଶୋ’ ‘ବିଗ ବସ’ର ଫ୍ୟାନମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଲର୍ସ ନିଜର ଶୋ’ ‘ବିଗ ବସ ୧୪’ ପାଇଁ ନୂଆ ପ୍ରୋମୋ ଜାରି କରିଛି। କଲର୍ସ ଏହି ପ୍ରୋମୋ ସେୟାର କରି ଲେଖିଛି, ‘୨୦୨୦ର ସବୁ ପ୍ରୋବ୍ଲେମକୁ ଚକମାଚୁର କରିବାକୁ ଆସିଛି ବିଗ ବସ । ଗ୍ରାଣ୍ଡ ପ୍ରିମିୟର ୩ ଅକ୍ଟୋବର ଶନିବାର ରାତି ୯ଟାରେ କେବଳ କଲର୍ସରେ’।

po1

ଏହି ପ୍ରୋମୋରେ ସଲମାନ ଖାନଙ୍କୁ ବି ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ସଲମାନ କହୁଛନ୍ତି, ‘ବୋର୍ଡମ ହେବ ଚକନାଚୁର, ଟେନ୍ସନର ଉଡିବ ଫିଉଜ, ଷ୍ଟ୍ରେସର ବାଜିବ ବ୍ୟାଣ୍ଡ, ହୋପଲେସନେସର ବାଜିବ ପୁଙ୍ଗି। କାହିଁକି ନା ଏବେ ସିନ ପଲଟିବ’।

ଚଳିତ ଥର ସେହି ଲୋକଙ୍କୁ ନିଆଯାଇଛି, ଯାହାଙ୍କ ଇମ୍ୟୁନ ପାୱାର ଷ୍ଟ୍ରଙ୍ଗ। ସେପଟେ ପ୍ରତିଯୋଗୀମାନଙ୍କ ଏଲିମିନେସନ ପ୍ରକ୍ରିୟା ମଧ୍ୟ ଅଲଗା ଢଙ୍ଗରେ କରାଯିବ, ଯାହାକି ଶୋ’ର ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିବ।

po

ତେବେ ସୂଚନା ମୁତାବକ, ଏହି ସିଜନରେ ପ୍ରତିଯୋଗୀମାନଙ୍କର ଟେମ୍ପରେଚର ଲେବୁଲ ଏବଂ ହାଇଜିନ ଆଧାରରେ ଏଲିମିନେଟ କରାଯାଇପାରେ। ପ୍ରତିଯୋଗୀମାନଙ୍କୁ ସପ୍ତାହିକ ପେମେଂଟ ମଧ୍ୟ ଦିଆଯିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.