କୋଭିଡ ପଜିଟିଭଙ୍କ ସହ ସାଙ୍ଘାତିକ ଖେଳ, ଦାୟିତ୍ବରେ ଥିବା ସ୍ଥାନୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଲୋକେ

ସମ୍ବଲପୁର(କେନ୍ୟୁଜ୍‌): କୋଭିଡ ପଜିଟିଭଙ୍କ ସହ ସାଙ୍ଘାତିକ ଖେଳ। ସହରର ପ୍ରମୁଖ କଲୋନୀ ମଧ୍ୟରେ ରହିଛି, ହାଉସିଂ ବୋର୍ଡ଼ କଲୋନୀ। ଆଜି ସକାଳୁ ଏହି କଲୋନୀରେ ରହୁଥିବା ଜଣେ ଯୁବକ କରୋନା ପଜିଟିଭ ଜଣାପଡିଥିଲେ। ପରେ ସ୍ଥାନୀୟ ସ୍ୱଚ୍ଛ ସାଥି ଓ ଜଣେ ମହିଳା ଆୟୁଷ ଡାକ୍ତର ଉକ୍ତ ଯୁବକଙ୍କ ଘରକୁ ଆସି ଏକ ନାଲି ରଙ୍ଗର କାଗଜ ଲଗାଇଥିଲେ ଏବଂ ଏକ ପକେଟ ଦେଇ ଉକ୍ତ ଯୁବକଙ୍କ ଫୋଟୋ ଉଠାଇ ଚାଲି ଯାଇଥିଲେ। ଯୁବକ ଜଣକ କୋଭିଡ ହସ୍ପିଟାଲକୁ ଯିବାପାଇଁ ପ୍ରସ୍ତୁତ ଥିଲେ ହେଲେ ଆୟୁଷ ଡାକ୍ତର ଓ ସ୍ୱଚ୍ଛସାଥି ଉଠାଇଥିବା ଫୋଟୋ ତାଙ୍କ ଅଫିସିଆଲ ଗ୍ରୁପରେ home isolation ରେ ଯୁବକ ରହିବେ ବୋଲି କହି ଚାଲି ଯାଇଥିଲେ।

ଏହାପରେ ସ୍ଥାନୀୟ ଲୋକେ ଅଭିଯୋଗ କଲାପରେ ସନ୍ଧ୍ୟା ୬ ଟାରେ ଉକ୍ତ ମହିଳା ଆୟୁଷ ଡାକ୍ତର ଓ ସ୍ୱଚ୍ଛସାଥି ପୁଣି ତାଙ୍କ ଘରକୁ ଆସିଥିଲେ। ହେଲେ ତାଙ୍କୁ ହସ୍ପିଟାଲ ନନେଇ ତାଙ୍କ ସହ କିଛି ଆଲୋଚନା କରିବା ପରେ ପୁଣି ସେଠାରୁ ଚାଲିଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ପୁଣି ଉପଜିଲ୍ଲାପାଳଙ୍କୁ ଫୋନ କଲାପରେ ଯୁବକଙ୍କ ଘରକୁ ଜଣେ ମାଜିଷ୍ଟ୍ରେଟ, ପୋଲିସ ଟିମ ପହଞ୍ଚି ମେଡିକାଲ ଯିବା ପାଇଁ କହିଥିଲେ। ଉକ୍ତ ଯୁବକ ଜଣକଙ୍କ ଘରେ ପୂର୍ବରୁ ଜଣେ ରୋଗୀଣା ଥିବାରୁ ସେ ନିଜେ ଘରେ ରହିବା ପାଇଁ ଚାହୁଁନଥିଲେ। କିନ୍ତୁ କୋଭିଡ ପରିଚାଳନା ଦାୟିତ୍ବରେ ଥିବା ସ୍ଥାନୀୟ ଅଧିକାରୀ ମାନେ କେମିତି କାମ କରୁଛନ୍ତି ତାହା ଏହି ଘଟଣାକୁ ଦେଖିଲେ ଜଣାପଡୁଛି।

ସୂଚନା ମୁତାବକ ଏହି ଅଂଚଳରେ ଅନେକ ବୟସ୍କ ବ୍ୟକ୍ତି ରହିବା ସହ ବହୁ ଛୋଟ ଛୋଟ ଛୁଆ ମାନେ ମଧ୍ୟ ରହୁଛନ୍ତି। ଏସବୁ ଜାଣି ମଧ୍ୟ ଏହି ଅଧିକାରୀ ମାନେ କଣ ପାଇଁ ଜଣେ କୋଭିଡ ରୋଗୀଙ୍କୁ ଜାଣିଶୁଣି ଘରେ ରହିବା ପାଇଁ କହୁଛନ୍ତି ତାହା ଜଣାପଡୁନାହିଁ। କେବଳ ଲୋକ ଦେଖାଣିଆ କୋଭିଡ ପଜିଟିଭ କାଗଜ ଲଗାଇ ନିଜ କାମ ସାରିଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.