ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କ’ଣ ହୋଇଥିଲା, କେମିତି ଥିଲେ ସିଦ୍ଧାର୍ଥ ?

ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଆମ ଗହଣରେ ଆଜି ନାହାଁନ୍ତି। ଗୁରୁବାର ହାର୍ଟଆଟାକ୍‌ ହେବାରୁ ତାଙ୍କର ନିଧନ ହୋଇଛି। କିନ୍ତୁ ଏହି ଖବରକୁ ଏତେ ସହଜରେ ଗ୍ରହଣ କରିପାରୁନାହାଁନ୍ତି ଫ୍ୟାନ୍ସ। ଫ୍ୟାନ୍ସ ଏହା ମାନିବାକୁ ନାରାଜ ଯେ ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହାଁନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ଠାରୁ ଫ୍ୟାନ୍ସଙ୍କ ମନରେ ବାରମ୍ବାର ଏହି ପ୍ରଶ୍ନ ଆହୁଛି ସତରେ କଣ ସିଦ୍ଧାର୍ଥଙ୍କର ହାର୍ଟ ଆଟାକରେ ମୃତ୍ୟୁ ଘଟିଛି? ସିଦ୍ଧାର୍ଥଙ୍କ ମୃତ୍ୟୁ ପଛରେ ହୃଦଘାତ ନା ଆଉ କିଛି କାରଣ ରହିଛି? ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କ’ଣ ହୋଇଥିଲା ? ରାତିରେ ଶୋଇବା ପୂର୍ବରୁ ସେ ସିଦ୍ଧାର୍ଥ କେମିତି ଥିଲେ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ସିଦ୍ଧାର୍ଥଙ୍କ ଫ୍ୟାନ୍ସଙ୍କ ମନରେ। ତେବେ ଆସନ୍ତୁ ଜାଣିବା ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କଣ କଣ ସବୁ ହୋଇଥିଲା।

କୁହାଯାଉଛି ଯେ ରାତି ୮ଟା ସମୟରେ ନିଜ ମାଆଙ୍କ ସହିତ ବିଲଡିଙ୍ଗରେ ଥିଲେ। ବୁଲାବୁଲି ବି କରିଥିଲେ। ଏହାପରେ ସେ ନିଜ ଫ୍ଲାଟକୁ ଗଲେ, ଆଉ ମାଆଙ୍କୁ କହିଲେ ଯେ ତାଙ୍କ ଦେହଟା କାହିଁକି ଭଲ ଭଲ ଲାଗୁନି। ଅସୁସ୍ଥ ଅନୁଭବ କରୁଥିବାରୁ ସେ ମେଡିସିନ୍‌ ଖାଇ ଶୋଇବାକୁ ପଳାଇଲେ। କିନ୍ତୁ ଗୁରୁବାର ଦିନ ସକାଳ ସାଢ଼େ ୯ଟା ସମୟରେ ସିଦ୍ଧାର୍ଥ ବେହୋସ୍‌ ରୁମରୁ ବେହୋସ୍‌ ମିଳିଲେ। ଏହାପରେ ପ୍ରାୟ ସାଢ଼େ ୧୦ଟା ସମୟରେ ତାଙ୍କୁ ମୁମ୍ବାଇରେ ଥିବା କୁପର ହସ୍ପିଟାଲରେ ଭର୍ତ୍ତି କରାଗଲା, ଯେଉଁଠି ତାଙ୍କର ଇସିଜି କରାଗଲା। କିନ୍ତୁ ହସ୍ପିଟାଲରେ ପହଁଚିବା ପୂର୍ବରୁ ହିଁ ସେ ସବୁଦିନ ପାଇଁ ଗଭୀର ନିଦ୍ରାରେ ଶୋଇ ସାରିଥିଲେ। ଏହାପରେ ପ୍ରାୟ ସାଢ଼େ ୧୧ଟା ସମୟରେ କୁପର ହସ୍ପିଟାଲର ପକ୍ଷରୁ ସିଦ୍ଧାର୍ଥ ମୃତ୍ୟୁ ଖବର ଶୁଣିବାକୁ ମିଳିଥିଲା।

suklaକିନ୍ତୁ ମୃତ୍ୟୁ ପୂର୍ବରୁ କଣ କଣ ସବୁ ହୋଇଥିବଲା। ଦେଖଣାହାରୀଙ୍କ କହିବା କଥା ଯେ ସନ୍ଧ୍ୟା ପର୍ଯ୍ୟନ୍ତ ସେ ବିଲକୁଲ ଠିକ୍‌ ଥିଲେ। ସେମାନେ ରାତି ୮ଟା ସମୟରେ ସିଦ୍ଧାର୍ଥଙ୍କୁ ତାଙ୍କ ମାଆଙ୍କ ସହିତ ବିଲଡିଙ୍ଗରେ ବୁଲୁଥିବାର ଦେଖିବାକୁ ପାଇଥିଲେ। ରାତି ୯.୩୦ରେ ଅସୁସ୍ଥ ଅନୁଭବ କରିଥିଲେ ସିଦ୍ଧାର୍ଥ। ଅସୁସ୍ଥ ଅନୁଭବ କରୁଥିବାରୁ ସେ ମେଡିସିନ୍‌ ଖାଇ ଶୋଇ ପଡିଲେ। କିନ୍ତୁ ଭୋର ସାଢ଼େ ୩ଟାରେ ସିଦ୍ଧାର୍ଥ ଉଠିଥିଲେ ଏବଂ ନିଜ ମା’ଙ୍କୁ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ । ଏହା ପରେ ମା’ ପାଣି ପିଇବାକୁ ଦେଇଥିଲେ ଏବଂ ଶୋଇବାକୁ ପରାମର୍ଶ ଦେଇଥିଲେ । ଗୁରୁବାର ମା’ ରିତା ସିଦ୍ଧାର୍ଥଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇ ନଥିଲେ । ମା’ ଏହା ପରେ ଝିଅଙ୍କୁ ଫୋନ୍ କରିଥିଲେ । ପରେ ସିଦ୍ଧାର୍ଥଙ୍କ ଭଉଣୀ ଡାକ୍ତରଙ୍କୁ ଫୋନ କରିଥିଲେ। ଡାକ୍ତର ଘରକୁ ସେ ଚେକଅପ୍‌ କରିଥିଲେ ଯେଉଁଠାରେ ସିଦ୍ଧାର୍ଥଙ୍କ ପଲ୍ସ ଚାଲୁନଥିବା କହିଥିଲେ ଡାକ୍ତର। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ କହିଥିଲେ। ପରିବାର ଲୋକେ ତାଙ୍କୁ କୁପର ହସ୍ପିଟାଲ ନେଇଥିଲେ, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସିଦ୍ଧାର୍ଥ ସେହନାଜଙ୍କ କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ମଧ୍ୟ ଶୁଣିବାକୁ ମିଳୁଛି।

ritaପିଲାବେଳୁ ହିଁ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଏକାକୀ ମାଆ ତାଙ୍କର ଲାଳନ ପାଳନ କରିଥିଲେ। ସେ ତାଙ୍କ ମାଆଙ୍କର ବହୁତ ଘନିଷ୍ଠ ଥିଲେ। ସିଦ୍ଧାର୍ଥ ଟିଭିର ଜଣେ ପ୍ରସିଦ୍ଧ ଚେହେରା ହୋଇଥିଲେ କିନ୍ତୁ ସେ ମଡେଲିଂ କିମ୍ବା ଅଭିନୟ ପ୍ରତି ଆଗ୍ରହ ପ୍ରକାଶ କରିନଥିଲେ, ସେ ସର୍ବଦା ବିଜନେସ୍ କରିବାକୁ ଚାହୁଁଥିଲେ। ସିଦ୍ଧାର୍ଥ ତାଙ୍କ ଅନିଚ୍ଛା ସତ୍ତ୍ୱେ ମାଙ୍କ ନିର୍ଦ୍ଦେଶରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ କିନ୍ତୁ ସେ ଜାଣି ନଥିଲେ ଯେ ଏହା ତାଙ୍କ ଭାଗ୍ୟ ବଦଳାଇଦେବ। ତାଙ୍କର ଲୁକ୍ସ ଯୋଗୁଁ ସେ ଲୋକମାନଙ୍କୁ ଆକର୍ଷିତ କରୁଥିଲେ। ବହୁତ କମ୍‌ ଦିନରେ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ। ଲୋକେ ତାଙ୍କ ଫିଟନେସକୁ ଫଲୋ କରୁଥିଲେ। ସେ ସବୁବେଳେ କହୁଥିଲେ ନିଜେ ଖୁସି ରୁହ, ସମସ୍ତଙ୍କୁ ଖୁସି ଦିଅ, ସବୁବେଳେ ଫିଟ ରୁହ। କିନ୍ତୁ ଏତେ କମ୍‌ ଏଜରେ ତାଙ୍କର ଅଚାନକ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାଁନ୍ତି ଫ୍ୟାନ୍ସ।

last riteଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ଶେଷକୃତ୍ୟ ହେବ। ତାଙ୍କର ପାର୍ଥୀବ ଶରୀରକୁ ପରିବାରକୁ ହସ୍ତାନ୍ତର କରାଯିବ। ସିଦ୍ଧାର୍ଥଙ୍କ ଶେଷ ଦର୍ଶନ ପାଇଁ ଅନେକ ଟିଭି କଳାକାର ଓ ବଲିଉଡ ଜଗତର ଅଭିନେତା ସିଦ୍ଧାର୍ଥଙ୍କ ଘରେ ଉପସ୍ଥିତ ଅଛନ୍ତି। ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ଯୋଗୁଁ ସମସ୍ତେ ଆଶ୍ଚର୍ଯ୍ୟ। ସମସ୍ତଙ୍କ ମୁହଁରେ ଏହି ଗୋଟିଏ କଥା, ଅଲବିଦା ସିଦ୍ଧାର୍ଥ। ସିଦ୍ଧାର୍ଥ ଏତେ ଜଲଦି ଯିବାର ଏ କଣ ସମୟ ଥିଲା। ବିଶ୍ୱାସ ହେଉନି, ସବୁବେଳେ ଫ୍ୟାନ୍ସଙ୍କ ମନରେ ରହିବ ସିଦ୍ଧାର୍ଥ। ତାଙ୍କର ଅପାସୋରା ଅଭିନୟ ତାଙ୍କ ଫ୍ୟାନଙ୍କ ହୃଦୟରେ ସ୍ମରଣୀୟ କରି ରଖିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.